ଗୁଡ୍ ଫ୍ରାଇଡେ ପାଳନ ନେଇ ବିଏମସି ଜାରିକଲା କଟକଣା, ଜାଣନ୍ତୁ କେତେଜଣଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ତେଣୁ ଆଜି ଗୁଡ୍ ଫ୍ରାଇଡେ ପାଳନ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣା ଜାରି କରାଯାଇଛି । ତେଣୁ ସର୍ବସାଧାରଣ ସ୍ଥାନରେ ଏକାଠି ସମାବେଶକୁ ନିଷେଧ କରାଯାଇଛି । ଚର୍ଚ୍ଚମାନଙ୍କରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ନେଇ ଧାର୍ମିକ ରୀତିନୀତି କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

ଏଥିସହ ଚର୍ଚ୍ଚ ଭିତରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଉତ୍ସବ ପାଳନରୁ ବିରତ ରଖିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ କିମ୍ବା ସଟଡାଉନ ଲାଗୁ କରିପାରିବେ ବୋଲି କେନ୍ଦ୍ର ସରକାର ପୂର୍ବରୁ ଅନୁମତି ପ୍ରଦାନ କରିସାରିଛନ୍ତି ।