fbpx

କ୍ଷୀର ଗରମ କରିବା ପରେ ହୋଇଗଲା ରବର, ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ସମୟ ସମୟରେ ଅଜବଗଜବ ଭିଡିଓ ଭାଇରାଲ୍ ହୋଇଥାଏ । ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛିଯେ, କ୍ଷୀରକୁ ଗରମ କରିବା ପରେ ଚୁଇଁଙ୍ଗମ୍ ପରି ନଜର ଆସିଛି । ମହିଳା ଜଣକ ଯେତେବେଳେ ଗ୍ୟାସ୍ ଉପରୁ କ୍ଷୀର ହାଣ୍ଡିଟିକୁ ତଳକୁ ଆଣିଥିଲେ । ସେ ଦେଖିବାକୁ ପାଇଥିଲେ ଯେ, ହାଣ୍ଡିରେ ଚୁଇଁଙ୍ଗମ୍ ପରି ନଜର ଆସିଛି ।

ଏହି ଭିଡିଓ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ହୋଇଥିବା ଜଣାପଡ଼ିଛି । ସେଠାକାର ଜଣେ ମହିଳା ଏହି ଭିଡିଓଟିକୁ ସେୟାର୍ କରିଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, କ୍ଷୀରକୁ ଗରମ କରିବା ପରେ ତାହା ଫାଟି ଯାଉଛି । ତେବେ କ୍ଷୀର ଫାଟିବା ପରେ ବି ତାକୁ ଛେନା ପରି ବ୍ୟବହାର କରାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ମହିଳା ଜଣକ କ୍ଷୀର ହାଣ୍ଡିଟିକୁ ଗ୍ୟାସ୍ ରୁ ତଳକୁ ଆଣି ସେଥିରେ ହାତ ପୂରାଇ କ୍ଷୀରକୁ ଆଣିବାକୁ ଯାଉଛନ୍ତି ।

କ୍ଷୀରକୁ ହାତ ପୂରାଇ କାଢ଼ିବାକୁ ଚେଷ୍ଟା କରୁଥିବା ବେଳେ ସେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ୍ଷୀର ଏକଦମ୍ ଚୁଇଁଙ୍ଗମ୍ ପରି ନଜର ଆସିଛି । ଏହା ଏକ ରବର୍ ହୋଇଥିବା ମହିଳା କହିଛନ୍ତି । ତେବେ ଭିଡିଓ ଭାଇରାଲ୍ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି । ଖାଦ୍ୟ ବିଭାଗର ଟିମ୍ ଉକ୍ତ ଡାଏରୀ ରୁ କ୍ଷୀରର ସାମ୍ପଲ୍ ଜବତ କରିଛନ୍ତି । କ୍ଷୀର ପ୍ରସ୍ତୁତ କରିବାରେ କେଉଁ କେଉଁ ଜିନିଷ ବ୍ୟବହାର କରାଯାଉଛି ସେ ନେଇ ଯାଞ୍ଚ କରୁଛି ଜିଲ୍ଲାପ୍ରଶାସନ ।

Get real time updates directly on you device, subscribe now.