ପିପିଲି: ପିପିଲିରେ ଫୁଟିଲା ବୋମା । ଜମାଲପୁରରେ ରାତି ଅଧିଆ ଫୁଟିଲା ବୋମା ।
ବୋମା ବିସ୍ଫୋରଣରେ ଜଣଙ୍କ ହାତ ଛିଣ୍ଡି ଯାଇଥିବା ସୂଚନା । ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣାରେ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ବିସ୍ଫୋରଣ କେମିତି ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ।
ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।