ନୂଆଦିଲ୍ଲୀ: ମହାମାରୀର ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ ଉପରେ ଲାଗିଛି ରୋକ । ଣ୍ଟତଗଘଏ ଣ୍ଟଝ ଏଭଳି ଏକ ନିଷ୍ପତ୍ତି ନେଇ କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଶକ୍ତ ଝଟକା ଦେଇଛଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଗତ ମାର୍ଚ୍ଚ ୧୪-୨୨ ତାରିଖ ମଧ୍ୟରେ ଭାରତ ବାୟୋଟେକର ଇମରଜେନ୍ସି ୟୁଜ ଲିଷ୍ଟିଙ୍ଗ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା WHO ସୂଚନା ଦେଇଛି ।
ନିରୀକ୍ଷଣରେ ଦେଖାଯାଇଥିବା ଅଭାବକୁ ପୂରଣ କରିବା ସହିତ ଅନ୍ୟାନ୍ୟ ସୁବିଧାକୁ ଅପଗ୍ରେଡ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଗୁଡ ମ୍ୟାନୁଫ୍ୟାକଚରିଭଙ୍ଗ ପ୍ରାକ୍ଟିସରେ ଅବନତି ଯୋଗୁଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରପ୍ତାନୀ ଉପରେ ରୋକ ଲଗାଇଲେ ଏହା ସପ୍ଲାଏ ଉପରେ ପ୍ରଭାବ ପକାଇବ ବୋଲି କହିଛି ବୈଶ୍ୱିକ ସଂଗଠନ । ତେବେ ଦିନକ ପୂର୍ବରୁ କୋଭାକ୍ସିନ ନିଜ ଉତ୍ପାଦନ କମ କରିଥିବା ସୂଚନା ଦେଇଥିଲା । ତେବେ ମାର୍କେଟରେ ଚାହିଦା କମିଥିବାରୁ ଏପରି କରୁତିବା କୋଭାକ୍ସିନ ତରଫରୁ ସୂଚନା ଦିଆଯାଇଛି । ଏହାପରେ କମ୍ପାନୀ ଭାରତର ଡିସିଜିଆଇ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲଙ୍କ ଉପସ୍ଥିତିରେ ପ୍ରସ୍ତୁତ କରିବା ପାଇଁ ଏକ ସୁଧାରତ୍ମକ ଯୋଜନା ତିଆରି କରୁଛି ।