ଭୁବନେଶ୍ୱର- ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ଆସୁଛି ଖୁସି ଖବର । ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ଯୋଗାଇଦେବେ ଜମି ପଟ୍ଟା । ଏହି କାମ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଜି ରାଜସ୍ୱ ମନ୍ତ୍ରୀ ସୁରେଜ ପୂଜାରୀ ଉତ୍ତର ରଖିଛନ୍ତି ।
ରାଜ୍ୟରେ ଥିଲା ସବୁ ଶିକ୍ଷାନୁଷ୍ଠାନ, ସେ ପ୍ରାଥମିକ ସ୍କୁଲ ହେଉ ବା ବିଶ୍ୱବିଦ୍ୟାଳୟ, ସମସ୍ତଙ୍କୁ ସେମାନଙ୍କ ନିଜସ୍ୱ ଜମି ପଟ୍ଟା ମିଳିବ । ଏହି ଜମି ପଟ୍ଟା ଯୋଗାଣ କାମ ଡିସେମ୍ବର ୩୦ ମଧ୍ୟରେ କରାଯିବ । ଏମିତି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।