fbpx

ନବବିବାହିତଙ୍କୁ ଉପହାରରେ ମିଳିଲା ଗ୍ୟାସ୍ ସିଲିଣ୍ଡର, ଦେଖନ୍ତୁ ଭିଡିଓ…

Advertisement

କଂଗ୍ରେସ ନେତାଙ୍କ ଅଭିନବ ଉପହାର । ନବବିବାହିତ ଦମ୍ପତ୍ତିଙ୍କୁ ଉପହାରରେ ଦେଲେ ଗ୍ୟାସ୍ ସିଲିଣ୍ଡର । ଦେଶରେ ପେଟ୍ରୋଲ, ଗ୍ୟାସ ଦର ଦିନକୁ ଦିନ ବଢିବାରେ ଲାଗିଛି । ଆଉ ସେହି ଦୃଷ୍ଟିରୁ ଏବେ ଏମିତି ଗିଫ୍ଟ କରିଛନ୍ତି କଂଗ୍ରେସ ନେତା । ରିସେପସନରେ ଛାତ୍ର କଂଗ୍ରେସ ତରଫରୁ ପେଟ୍ରୋଲ ଉପହାର ଦେଇ ଚର୍ଚ୍ଚା  ହେବା ପରେ ପୁଣି ସୋର ଛାତ୍ର କଂଗ୍ରେସ ତରଫରୁ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରହିମତ ଅଲ୍ଲୀ ଏମିତି ଉପହାର ଦେଇଛନ୍ତି ।

ସୋର ମୁନିସିପାଲିଟି କମରପୁରଠାରେ ଲଲାଟେନ୍ଦୁ ପଣ୍ଡାଙ୍କର ବାହାଘର ରିସେପସନ ଚାଲିଥିବା  ବେଳେ ଉପହାର ସ୍ୱରୂପ ଏକ ନୂଆ ଗ୍ୟାସ ସିଲିଣ୍ଡର ଦିଆଯାଇଛି । ଗ୍ୟାସ୍ ଦର ବଢିବାରେ ଲାଗିଥିବା ବେଳେ ଗ୍ୟାସ କିଣିବା ବି ସାଧାରଣ ଲୋକଙ୍କ ପାଇଁ ଏବେ କଷ୍ଟକର ହୋଇ ପଡ଼ିଛି । ତେଣୁ ଏମିତି ଉପହାର ଦେଲେ ଲୋକଙ୍କ କାମରେ ଆସିବ ବୋଲି ଚିନ୍ତା କରି ଏମିତି ଉପହାର ଦେଉଥିବା ସେମାନେ କହିଛନ୍ତି ।

 

Get real time updates directly on you device, subscribe now.