fbpx

ସମୁଦ୍ର ଭିତରେ ହେଲା ବାହାଘର: ବୋଟରେ ବନ୍ଧୁମାନଙ୍କ ସହ କୁକୁର ବି ସାମିଲ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ବାହାଘରରେ ବି ଅଜବ-ଗଜବ ରେକର୍ଡ କରିବାରେ ଲୋକେ ଲାଗିପଡିଛନ୍ତି । ଲୋକପ୍ରିୟତା ହାସଲ କରିବାକୁ ବର-କନ୍ୟା ନିଜର ବାହାଘର ଓ ଲୁକ୍ ସହିତ ଅନେକ ଏକ୍ସପେରିମେଣ୍ଟ କରୁଥିବାର ନଜର ଆସୁଛନ୍ତି । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବର-କନ୍ୟା ସମୁଦ୍ରରେ ବିବାହ କରୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି ।

ଏହି ବାହାଘର ଭିଡିଓରେ ବର-କନ୍ୟା ସେମାନଙ୍କ ବନ୍ଧୁ ଓ କୁକୁର ସହ ସମୁଦ୍ର ମଧ୍ୟରେ ନଜର ଆସିଛନ୍ତି । ବାହାଘରରେ ଉପସ୍ଥିତ ଥିବା ଲୋକମାନେ ଅଜବ ପ୍ରକାରର ଡଙ୍ଗାରେ ବସିଥିବାର ଦେଖିବାକୁ ମିଳିଛି, ଯାହାକି ଚାଲିବା ବଦଳରେ ଖାଲି ହଲୁଥିବାର ନଜର ଆସିଥିଲା ।

ତେବେ ଭିଡିଓରେ ଦେଖାଯାଉଥିବା ବର-କନ୍ୟା ‘ବିଚ୍ ୱେଡିଂ’ ହିସାବରେ ପ୍ରସ୍ତୁତ ହୋଇଛନ୍ତି । ଏହି ବିବାହରେ ୩ ଟି କୁକୁର ମଧ୍ୟ ଅଛନ୍ତି ଓ ସେମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଛନ୍ତି । ବର ଓ କନ୍ୟାଙ୍କ ବନ୍ଧୁମାନେ ଏହି ଅଜବ ବିବାହକୁ ଲାଇଭ୍ ଷ୍ଟ୍ରିମ୍ କରିଥିଲେ । ଏପରି ଅଦ୍ଭୁଦ ବାହାଘର ଆପଣ ଆଗରୁ କେବେବି ଦେଖିନଥିଲେ । ବାହାଘରର ରୀତିନୀତି ମଧ୍ୟରେ ବର ଏବଂ କନ୍ୟା ପରସ୍ପରର ହାତ ଧରିଥିଲେ ।

Get real time updates directly on you device, subscribe now.