(Viral Video): ଭୁଲିପାରିଲାନି ପ୍ରେମିକ! ବାହାଘରରେ ଆସି ପ୍ରେମିକା ମୁଣ୍ଡରେ ମାରିଲା 5ଥର ସିନ୍ଦୁର, ତାପରେ…

ନୂଆଦିଲ୍ଲୀ: ଯେତେବେଳେ ବିବାହ ବର-କନ୍ୟାଙ୍କର ସହମତିରେ ହୁଏ ନାହିଁ ସେତେବେଳେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଥାଏ । ଏଭଳି ସ୍ଥଳରେ ପୁଅ ଝିଅ ଫେରାର ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏଭଳି ଏକ ଅନୁରୂପ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ବାମୀ ସାମ୍ନାରେ ସ୍ତ୍ରୀ ମୁଣ୍ଡରେ ସିନ୍ଦୁର ଲଗାଇ ଫେରାର ହୋଇଗଲା ବୟଫ୍ରେଣ୍ଡ ।  ସମସ୍ତଙ୍କ ସାମ୍ନାରେ ଏଭଳି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ ହେଁ କେହି ମଧ୍ୟ ଟେର୍ ପାଇନଥିଲେ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକମାନେ ମଧ୍ୟ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ବାହାଘର ଜାରି ରହିଛି । ଷ୍ଟେଜ ଉପରେ ବର କନ୍ୟା ମଧ୍ୟ ବସିଛନ୍ତି । ବରର ବୟସ ଅଧିକା ହୋଇଥିଲେ ହେଁ କନ୍ୟାର ବୟସ ବହୁତ କମ୍ ଭଳି ଜଣାପଡୁଛି । ଷ୍ଟେଜ ଉପରେ କନ୍ୟା ଧିରସ୍ଥିର ଭାବେ ବସି ରହିଛି । ତେବେ ବର ଏକ ସମ୍ପର୍କୀୟ ସହ କଥା ହେଉଥିବା ବେଳେ ହଠାତ୍ ଷ୍ଟେଜ ଉପରରୁ ଉଠିଲା ବୟଫ୍ରେଣ୍ଡ । ପଛପଟୁ ଆସି ଗଲଫ୍ରେଣ୍ଡ ମୁଣ୍ଡରେ ସିନ୍ଦୁର ଲଗାଇ ଫେରାର ହେଇଯାଉଥିବା ଦେଖାଯାଇଛି । ଗଲଫ୍ରେଣ୍ଡ ମୁଣ୍ଡରେ 5 ଥର ସିନ୍ଦୁର ପିନ୍ଧାଇ ପ୍ରେମିକାର ହାତ ଧରି ମଣ୍ଡପରୁ ଫେରାର ହୋଇଯାଇଛି ।

ବିଦ୍ର-ଏହା କେଉଁ ସ୍ଥାନର ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ । ଏହି ଖବର ଭାଇରାଲ ଭିଡିଓ ଉପରେ ଆଧାରିତ ଅଟେ ।

 

View this post on Instagram

 

A post shared by SHITTY HUMOURS 💀 (@shitty.humours)

Get real time updates directly on you device, subscribe now.