ଶ୍ୱଶୁର ଘର ବଦଳରେ ବରଯାତ୍ରୀ ପହଞ୍ଚିଥିଲା ଥାନାରେ, ଏମିତି ଥିଲା କାରଣ

ବରଯାତ୍ରୀ ଧରି ଥାନାରେ ପହଞ୍ଚିଲା ବର । ଭାଇକୁ ଛାଡ଼ିବାକୁ କରିଥିଲେ ଅନୁରୋଧ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅମରୋହାରେ । ଯେଉଁଠାରେ ଜଣେ ବର ନିଜ ବିବାହ ବରଯାତ୍ରୀକୁ ନେଇ ଶ୍ୱଶୁର ଘରକୁ ଯିବା ବଦଳରେ ପହିଥିଲେ ଥାନାରେ । ଆଉ ଗିରଫ ହୋଇଥିବା ତାଙ୍କୁ ମାମୁ ପୁଅ ଭାଇଙ୍କୁ ମୁକୁଳାଇବା ପାଇଁ ଥାନାଅଧିକାରୀଙ୍କୁ ମନାଇଥିଲେ । କିନ୍ତୁ ଭାଇକୁ ଛାଡ଼ିବାକୁ ସଫା ସଫା ମନା କରିଦେଇଥିଲେ ଥାନାଧିକାରୀ । ତେବେ ସବୁ କଥା ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଅନୂଯାୟୀ ୫୧ ହଜାର ଟଙ୍କା ଏବଂ ଉପହାର ମିଳିଥିବା ଜିନିଷକୁ ନେଇ ହୋଇଥିଲା ।

ଏହି ମାମଲା ଅମରୋହା ଡିଡୋଲୀ କୋତୱାଲି ଅଞ୍ଚଳର । ସ୍ଥାନୀୟ ଓମପ୍ରକାଶ ନାମକ ଜଣେ ବ୍ୟକ୍ତି ନିଜ ପୁଅ ଅନୁଜଙ୍କ ବିବାହ ଇସାପୁର ଗ୍ରାମର ମୋହନଙ୍କ ଝିଅଙ୍କ ସହ ଠିକ୍ କରିଥିଲେ । ଗତ ବର୍ଷ ଡିସେମ୍ବର ୧୧ ରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଅନ୍ତର୍ଗତ ସେମାନଙ୍କର ବିବାହ ହୋଇଥିଲା ଆଉ ବିବାହ ପରେ ସେମାନଙ୍କୁ ୫୧ ହଜାର ଟଙ୍କା ଆର୍ଥକ ସହାୟତା ମିଳିଥିଲା ।

ଅଭିଯୋଗ ହୋଇଛି ଯେ କନ୍ୟା ପିତା କନ୍ୟା ସହ ଟଙ୍କା ଏବଂ ଉପହାରକୁ ନେଇ ଘରକୁ ଆସିଥିଲେ ଏବଂ ପରେ ଗାଁରେ ଧୁମଧାମରେ ବିବାହ କରିବେ । ଉଭୟ ୧୪ ମେ ରେ ୨୦୨୨ ରେ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା । ଆଉ ବିବାହର ଗୋଟିଏ ଦିନ ପୂର୍ବରୁ ୧୩ ମେ ୨୦୨୨ ରେ କନ୍ୟା ପକ୍ଷ ଯେତେବେଳେ ପୁଅ ଗାଁରେ ପହଞ୍ଚିଥିଲେ ସେତେବେଳେ ମଦ ପିଇ ଉଭୟ ପକ୍ଷ ଗଣ୍ଡଗୋଳ କରିଥିଲେ ଆଉ କନ୍ୟାଙ୍କ ପିତା, ଭାଇ ଏବଂ ଭିଣୋଇ ଆହତ ହୋଇଥିଲେ । ଉଭୟ ପକ୍ଷ ତରଫରୁ ମାମଲା ଥାନାରେ ପହଞ୍ଚିଥିଲା ଆଉ ପୋଲିସ ଉଭୟ ବରର ମାମୁ ପୁଅ ଭାଇକୁ ଗିରଫ କରିଥିଲା ।

ଏହାପରେ ଯେତେବେଳେ ୧୪ ତାରିଖ ଦିନ ବିବାହ ପାଇଁ ବରଯାତ୍ରୀ ବାହାରିଥିଲା ସେତେବେଳେ ବର ନିଜ ମାମୁ ପୁଅ ଭାଇକୁ ଥାନାରୁ ମୁକୁଳାଇବା ପାଇଁ ଏମିତି କରିଥିଲେ ଆଉ ଥାନାରେ ପହଞ୍ଚିଥିଲେ । କିନ୍ତୁ ଥାନାଧିକାରୀ ତାକୁ ଛାଡ଼ିନଥିଲେ ଏହି ସମୟରେ ବରକୁ ଥାନା ଅଧିକାରୀ ଗାଳିଗୁଲଜ କରିଥିବା ମଧ୍ୟ କୁହାଯାଉଛି । ଏପରିକି ବରକୁ କହିଥିଲେ ଯେ ତୁ ବାହା ହୁଏ କି ନ ହୁଏ ମୁଁ ତାକୁ ଛାଡ଼ିବି ନାହିଁ ।