fbpx

ପ୍ରେମ ସମ୍ପର୍କକୁ ନେଇ ବିଷ ପିଇ ଭିଣୋଇ ମୃତ; ଶାଳୀ ଗୁରୁତର

Advertisement

କଳାହାଣ୍ଡି: (ଓଡ଼ିଶା ଭାସ୍କର) ପ୍ରେମ ପାଇଁ ବିଷ ପିଇଦେଲେ ଶାଳୀ-ଭିଣୋଇ। ଘଟଣାରେ ଭିଣୋଇ ମୃତ, ଶାଳୀ ଗୁରୁତର । କୋକସରା ଥାନା ପଲସପାଣି ଗାଁରେ ଅଭାବନୀୟ ଘଟଣା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଘରେ ବସିଥିଲା ବୈଠକ । ଆଲୋଚନାରୁ ଅଧାରୁ ଉଠି ଶାଳୀ, ଭିଣୋଇ ପିଇଦେଲେ ବିଷ ।

ଉଭୟଙ୍କୁ ଭବାନୀପାଟଣା ନିଆ ଯାଇଥିଲା, ସେଠାରେ ଉକ୍ତ ଭିଣୋଇର ମୃତ ହୋଇଥିବା ସୂଚନା ମିଳିଛି । ହେଲେ ଡାକ୍ତର ଖାନାରୁ ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ବିଷ ପିଇଥିବା ଶାଳୀ ଗୁରୁତର ଥିବା ସୂଚନା ମିଳିଛି ।  ତେବେ ଏନେଇ ଉଭୟଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

Get real time updates directly on you device, subscribe now.