ସମ୍ପତ୍ତି ବିକ୍ରିକୁ ନେଇ ଗଳାକାଟି ହତ୍ୟା କଲା ଭାଇ, 3 ଗିରଫ

ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ହତ୍ୟା ମାମଲା । ସମ୍ପତ୍ତି ବିକ୍ରିକୁ ନେଇ ଗଳାକାଟି ହତ୍ୟା କରିଥିଲା ଭାଇ । ସିସିଟିଭି ଫୁଟେଜରୁ ଧରାପଡ଼ିଲା ଅଭିଯୁକ୍ତ ।

କଟକ: ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ହତ୍ୟା ମାମଲା । ସମ୍ପତ୍ତି ବିକ୍ରିକୁ ନେଇ ଗଳାକାଟି ହତ୍ୟା କରିଥିଲା ଭାଇ । ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଅଭିଯୁକ୍ତ । 3 ଜଣଙ୍କୁ ଗିରଫ କରିଛି କଟକ ପୋଲିସ ।

ମାତ୍ର 24 ଘଣ୍ଟା ମଧ୍ଯରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗତକାଲି ରାତିରେ କଟକ ଶଙ୍କରପୁର ଅଞ୍ଚଳର ଅଶୋକ ବାରିକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । କେହି ଦୁର୍ବୃତ୍ତ ଅତି ନିର୍ମମ ଭାବରେ ଗଳା କାଟି ହତ୍ଯା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ କଟକ ପୋଲିସ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଏବଂ ସିସିଟିଭି ଫୁଟେଜ ଆଧାରରେ ମାତ୍ର 24 ଘଣ୍ଟାରେ ଅଭିଯୁକ୍ତକୁ ଧରିଛି । ଏହା ପୋଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ମାର୍କେଟ କମ୍ପ୍ଲେକ୍ସରେ ଶୋଇଥିବାବେଳେ ଅଶୋକ ବାରିକଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି । କିନ୍ତୁ ଏହି ଖବର ଗତକାଲି ପୋଲିସ ପାଖକୁ ଆସିବା ପରେ ସେ ଛାନଭିନ୍ ଆରମ୍ଭ କରିଥିଲା । ତେବେ କିଏ ଓ କେଉଁ କାରଣରୁ ଏହି ହତ୍ୟାକାଣ୍ଡ କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଏବଂ ସିସିଟିଭି ଫୁଟେଜ ଆଧାରରେ ମାତ୍ର 24 ଘଣ୍ଟାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।