“କଥା କହିବାରେ ହେଉଛି ଅସୁବିଧା”, ଖେଳାଳିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କ’ଣ କହିଲେ ସାନ ଭାଇ
ବିନୋଦଙ୍କ ସ୍ୱାସ୍ଥ୍ୟକୁ ନେଇ କ’ଣ କହିଲେ ବିରେନ୍ଦ୍ର?
ଓଡ଼ିଶାଭାସ୍କର: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି। ଏନେଇ କ’ଣ କହିଲେ ତାଙ୍କ ସାନ ଭାଇ ବିରେନ୍ଦ୍ର କାମ୍ବଲି। ସେ କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି। ସେ ଏବେ ଘରେ ଅଛନ୍ତି।
ଗତବର୍ଷ ହଠାତ ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଥାନେ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ରା ସଂକ୍ରମଣ ଏବଂ ମାଂସପେଶୀରେ କିଛି ସାଂଘାତିକ ଯନ୍ତ୍ରଣା ହେଉଥିଲା। ଯାହା ପରଠାରୁ ତାଙ୍କ ଚିକିତ୍ସା ଚାଲିଛି।
ବିନୋଦଙ୍କ ସ୍ୱାସ୍ଥ୍ୟକୁ ନେଇ କ’ଣ କହିଲେ ବିରେନ୍ଦ୍ର?
ବିନୋଦ କାମ୍ବଲିଙ୍କ ସାନ ଭାଇ ବିରେନ୍ଦ୍ର କାମ୍ବଲି ବିକ୍କି ଲାଲବାନି ୟୁଟ୍ୟୁବ ଚ୍ୟାନେଲରେ ଏକ ସାକ୍ଷାତକାରରେ ଏନେଇ ସୂଚନା ଦେଇଛନ୍ତି। କହିଛନ୍ତି ଭାଇ ଏବେ ଘରେ ଅଛନ୍ତି।
ତାଙ୍କର ଘରେ ଚିକିତ୍ସା ଚାଲିଛି। ତାଙ୍କୁ କହିବାରେ ଅସୁବିଧା ହେଉଛି। ସେ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ସମୟ ଲାଗିବ।
କିନ୍ତୁ ସେ ଚାମ୍ପିୟାନ, ସେ ନିଶ୍ଚିତ ଏହି ସମସ୍ୟାରୁ ବାହାରିବେ। ଆଶା କରୁଛି ସେ ଜଲଦି ଚାଲିବା ଆଉ ଦୌଡ଼ିବା ଆରମ୍ଭ କରନ୍ତୁ। ଆଶା ଅଛି ଆପଣମାନେ ସମସ୍ତେ ତାଙ୍କୁ ପୁଣି ଥରେ ମୈଦାନରେ ଦେଖିବେ।
ପ୍ରଶଂସକଙ୍କୁ କ’ଣ କହିଲେ ବିରେନ୍ଦ୍ର?
ଏହି ସମୟରେ ବିରେନ୍ଦ୍ର ବିନୋଦଙ୍କ ପ୍ରଶଂସକଙ୍କୁ ଖାସ୍ ଅପିଲ କରିଛନ୍ତି। ସେ କହିଛନ୍ତି ସବୁ ପ୍ରଶଂସକ ତାଙ୍କୁ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ। ସେ କିପରି ଜଲଦି ସୁସ୍ଥ ହୋଇଯିବେ।
ବୀରେନ୍ଦ୍ର ଆହୁରି କହିଛନ୍ତି ଯେ ବିନୋଦ କାମ୍ବଲି ୧୦ ଦିନ ପାଇଁ ଉପବାସ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ଶରୀରର ପରୀକ୍ଷା କରାଯାଇଥିଲା।
ଯେଉଁଥିରେ ମସ୍ତିଷ୍କ ସ୍କାନ ଏବଂ ପରିସ୍ରା ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା। ସେହି ସମସ୍ତ ପରୀକ୍ଷାର ରିପୋର୍ଟ ଠିକ୍ ଥିଲା। ସେତେବେଳେ ତାଙ୍କର ବିଶେଷ ସମସ୍ୟା ନଥିଲା।
କିନ୍ତୁ ସେ ଚାଲି ପାରୁନଥିଲେ। ତେଣୁ ତାଙ୍କୁ ଫିଜିଓଥେରାପି କରିବାକୁ ପରାମର୍ଶ ଦିଆଯାଇଥିଲା। ସେ ଏବେ ବି କଥା କହିବାରେ ଅସ୍ଥିର ହେଉଛନ୍ତି। କିନ୍ତୁ ତାଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ହେଉଛି।