fbpx

ବ୍ରାଉନ୍ କିମ୍ବା ଧଳା ଅଣ୍ଡା: ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ?

କୁକୁଡା ଅଣ୍ଡା ଦୁଇଟି ରଙ୍ଗରେ ଧଳା ଏବଂ ବ୍ରାଉନ୍ ରଙ୍ଗରେ ଆସିଥାଏ ଏବଂ ଉଭୟ ବଜାରରେ ସହଜରରେ ମିଳେ । ତେବେ ଆପଣ କେଉଁଟି ବାଛିବା ଉଚିତ୍? ବେଳେ ମନରେ ଆସେ କେଉଁଟା ଅଧିକ ପୁଷ୍ଟିକର କିମ୍ବା ଅଧିକ ସ୍ୱାଦଯୁକ୍ତ? ଧଳା ଏବଂ ବାଦାମୀ ଅଣ୍ଡା ମଧ୍ୟରେ ପାର୍ଥକ୍ୟ କ’ଣ? କେଉଁଟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ତାହା କିପରି ଜାଣିବେ ।

ଅଣ୍ଡାର ରଙ୍ଗ ମୁଖ୍ୟତ କୁକୁଡ଼ାଙ୍କ ପ୍ରଜାତି ଏବଂ କୁକୁଡ଼ା ଦ୍ୱାରା ଉତ୍ପାଦିତ ପିଗମେଣ୍ଟ ଉପରେ ନିର୍ଭର କରେ । ଖାଦ୍ୟ, ଚାପ ସ୍ତର ଏବଂ ପରିବେଶ ପରି ଅନ୍ୟାନ୍ୟ କାରଣ ମଧ୍ୟ ଅଣ୍ଡାର ରଙ୍ଗ ଉପରେ ପ୍ରଭାବ ପକାଇପାରେ । ଦୁଇଟି ଅଣ୍ଡା ମଧ୍ୟରେ ପୋଷଣକୁ ନେଇ ବିଶେଷ କିଛି ପାର୍ଥକ୍ୟ ନ ଥାଏ ।

ଗୋଟିଏ ବଡ଼ ଅଣ୍ଡାରେ ପ୍ରାୟ ୬.୩ ଗ୍ରାମ ପ୍ରୋଟିନ୍, ୦.୩ ଗ୍ରାମ କାର୍ବୋହାଇଡ୍ରେଟ୍ ଏବଂ ୪.୭ ଗ୍ରାମ ଚର୍ବି ଥାଏ । ଏଥିସହ ଅଣ୍ଡାରେ ପ୍ରାୟ ୦.୮ ମିଗ୍ରା ଆୟରନ୍‌, ୦.୬ ମିଗ୍ରା ଜିଙ୍କ, ୧୫.୪ ମିଗ୍ରା ସେଲେନିୟମ୍, ୨୩.୫ ମିଗ୍ରା ଫୋଲେଟ୍, ୧୪୭ ମିଗ୍ରା କୋଲାଇନ୍, ୦.୪ ମିସିଜି ଭିଟାମିନ୍ ବି ୧୨ ଏବଂ ୮୦ ମିସିଜି ଭିଟାମିନ୍ ଥାଏ ।

ବାଦାମୀ ଏବଂ ଧଳା ଅଣ୍ଡା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଅନେକ ଅଧ୍ୟୟନ ଜଣାଯାଇଛି ଅଣ୍ଡାର ଗୁଣ କିମ୍ବା ପୁଷ୍ଟିକର ପ୍ରୋଫାଇଲ ଉପରେ ରଙ୍ଗର କୌଣସି ପ୍ରଭାବ ପଡେ ନାହିଁ ।

କେଉଁଟା ଉତ୍ତମ
ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଅଣ୍ଡା ଅନ୍ୟ ଅପେକ୍ଷା ସ୍ୱାସ୍ଥ୍ୟକର କିମ୍ବା ସ୍ୱାଦଯୁକ୍ତ । ପ୍ରକୃତ କଥା ହେଉଛି ଉଭୟ ରଙ୍ଗର ଅଣ୍ଡା (ବାଦାମୀ କିମ୍ବା ଧଳା) ପୁଷ୍ଟିକର ଭାବରେ ସମାନ । ସେଥିପାଇଁ ଉଭୟ ଅଣ୍ଡା ସ୍ୱାସ୍ଥ୍ୟପ୍ରଦ ।

Get real time updates directly on you device, subscribe now.