ପୁରୀ: ବର୍ତ୍ତମାନ ନୁଆ ପିଢିଙ୍କ ମଧ୍ୟରେ ବ୍ରାଉନସୁଗର ସେବନ ଫ୍ୟାସନ ପାଲଟି ଗଲାଣି । ଦେଖିବାକୁ ଗଲେ ୨୦୨୨ରେ କେବଳ ଅବକାରୀ ବିଭାଗ ସ୍କ୍ୱାର୍ଡଙ୍କ ହାତରେ ପୁରୀ ଜିଲ୍ଲାରେ ୧୦୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ କରାଗଲାଣି । ଏହାପରେ ଆଜି ପୁଣିଥରେ ଅବକାରୀଙ୍କ ହାତରେ ଜବତ ହୋଇଛି ୧୬୪ଗ୍ରାମର ବ୍ରାଉନସୁଗର ।
ସୂଚନା ଅନୁଯାୟୀ, ଅବକାରୀ ବିଭାଗ ପୁରୀ ଗଙ୍ଗାରାମ ନୂଆସାହିର ଦୁଇ ଯୁବକଙ୍କୁ ବ୍ରାଉନସୁଗରକୁ ନେଇ ଗିରଫ କରିଥିଲା । ସେମାନଙ୍କ ପାଖରୁ ୧୬୪ ଗ୍ରାମର ଧଳାଜହର ବା ବ୍ରାଉନସୁଗର ଜବତ ହୋଇଛି । ଏହି ଯୁବକଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ।
ଘଟଣାସ୍ଥଳରେ ଏମାନଙ୍କୁ ଗିରଫ କରାଯାଇଛି । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ପୁରୀରେ ଜିଲ୍ଲାରେ ଏହି ନିଶାଦ୍ରବ୍ୟ ଚିନ୍ତା ବଢିବାରେ ଲାଗିଛି । ଏନେଇ ପୁରୀ ଏସଟିଏଫ, ଅବକାରୀ, ଏବଂ ପୋଲିସ ତରଫରୁ ଚଢାଉ ଚାଲିଛି ।