BSEB D.EL.Ed 2025: ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ବୟସ ସୀମା

ବିହାର D.EL.Ed ୨୦୨୫ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ deledbihar.comକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୨ଜାନୁଆରୀ ।

ନୂଆଦିଲ୍ଲୀ: ଶିକ୍ଷକତାରେ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିହାର D.EL.Ed ୨୦୨୫ ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା ।

ବିହାର ସ୍କୁଲ ଆଡମିସନ ବୋର୍ଡ଼ ଜାନୁଆରୀ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ deledbihar.comକୁ ଯାଇ ଆବେଦନ କରିପାରିବେ ।

ଆବେଦନ କରିବାର ଶେଷ ତାରିଖ ହେଉଛି ୨୨ ଜାନୁଆରୀ ।

କେବଳ ଅନଲାଇନ୍ ମାଧ୍ୟମରେ ପ୍ରାର୍ଥୀ ଜଣଙ୍କ ପରୀକ୍ଷା ପାଇଁ ଆବେଦନ କରିପାରିବେ ।

ଶିକ୍ଷକତା ଯୋଗ୍ୟତା: ପ୍ରାର୍ଥୀ ଜଣଙ୍କ ଇଣ୍ଟରମିଡିଏଟ୍ ପରୀକ୍ଷାରେ ସର୍ବନିମ୍ନ ୫୦% ମାର୍କରେ ଉତ୍ତୀର୍ଣ୍ଣ ହୋଇଥିବେ ।

ବିହାର ଦ୍ୱାଦଶ ବୋର୍ଡ଼ ପରୀକ୍ଷାର୍ଥୀ ମଧ୍ୟ ବିହାର D.EL.Ed ୨୦୨୫ ପରୀକ୍ଷା ପାଇଁ ଆବେଦନ କରିପାରିବେ ।

ବୟସ ସୀମା: ଆବେଦନ କରୁଥିବା ପ୍ରାର୍ଥୀ ଜଣଙ୍କ ବୟସ ସୀମା ୧ ଜାନୁଆରୀ ୨୦୨୫ ସୁଦ୍ଧା ୧୭ ବର୍ଷରୁ ଅଧିକ ହୋଇନଥିବ ।

ପରୀକ୍ଷା ପାଟର୍ଣ୍ଣ: ଏହି ପରୀକ୍ଷାରେ ୧୨୦ ମାର୍କ ବିଶିଷ୍ଟ ୧୨୦ଟି ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ । ପରୀକ୍ଷାର ଅବଧି ୧୫୦ ମିନିଟ୍ ରହିବ ।

ପ୍ରଶ୍ନପତ୍ର ସାମାନ୍ୟ ହିନ୍ଦୀ/ଉର୍ଦ୍ଦୁ, ଗଣିତ, ବିଜ୍ଞାନ, ସାମାଜିକ ଅଧ୍ୟୟନ, ସାଧାରଣ ଇଂରାଜୀ ଲଜିକାଲ୍ ଆଣ୍ଡ୍ ଆନାଲିଟିକାଲ ରିଜନିଂ ଭଳି ପ୍ରଶ୍ନ ରହିବ ।

କିପରି କରିବେ ଆବେଦନ ?

୧. ପ୍ରଥମେ ଅଫିସିଆଲ ୱେବସାଇଟ୍ କୁ ଯାଆନ୍ତୁ ।

୨. ଏହା ପରେ ହୋମ୍ ପେଜରେ ସମ୍ବନ୍ଧିତ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

୩. ନିଜ ନାମ ଓ ଅନ୍ୟାନ୍ୟ ବିବରଣୀ ଦେଇ ପଞ୍ଜିକରଣ କରନ୍ତୁ । ଏହା ପରେ ନିଜ ଆକାଉଣ୍ଟ ଲଗ୍ ଇନ୍ କରନ୍ତୁ ।

୪. ସଠିକ୍ ତଥ୍ୟ ପ୍ରଦାନ କରି ଅନଲାଇନ୍ ଫର୍ମ ପୁରଣ କରନ୍ତୁ ।

୫. ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ଆଉଟ୍ ବାହାର କରି ଭବିଷ୍ୟ ପାଇଁ ପାଖରେ ରଖନ୍ତୁ ।