fbpx

Jio, Airtelର ଚିନ୍ତା ବଢାଇଲା BSNL, ଶସ୍ତାରେ ଅନଲିମିଟେଡ୍ ଡାଟା ପାଇବେ ୟୁଜର୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ । କିନ୍ତୁ ଗତ କିଛି ମାସ ପୂର୍ବରୁ ବେସରକାରୀ ଟେଲିକମ୍ କମ୍ପାନୀମାନେ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିବା କାରଣରୁ ଗ୍ରାହକଙ୍କ ଚିନ୍ତା ବୃଦ୍ଧି ପାଇଛି । ଚିନ୍ତାର ବାତାବରଣ ମଧ୍ୟରେ ଗ୍ରାହକଙ୍କ ପାଇଁ ଆଶ୍ବସ୍ତି ଆଣିଛି ସରକାରୀ ଚେଲିକମ୍ କମ୍ପାନୀ ଈଝଘଖ । ଶସ୍ତା ରିଚାର୍ଜ ପ୍ଲାନ ବାହାର କରି ଏୟାରଟେଲ୍, ଜିଓ, ଭୋଡାଫୋନର ଟେନସନ୍ ବଢାଇ ଦେଇଛି । ସରକାରୀ ଟେଲିକମ୍ କମ୍ପାନୀ ନିଜର ୩ଟି ପ୍ଲାନ ଶସ୍ତା କରିଛି । ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବେନିଫିଟ୍ ପ୍ରଦାନ କରିଛି ।

ପ୍ରକାଶଥାଉକି, ଗତମାସରେ ହିଁ ଟେଲିକମ୍ କମ୍ପାନୀମାନେ ନିଜର ରିଚାର୍ଜ ପ୍ଲାନକୁ ୧୫ ପ୍ରତିଶତ ମହଙ୍ଗା କରିଥିଲେ । ଏହାପରେ ୟୁଜର୍ସ ବେସରକାରୀ ଟେଲିକମ୍ ସଂସ୍ଥା ଠାରୁ ମୁହଁ ଫେରାଇ ନିଜ ନମ୍ବରକୁ ବିଏସନାଲରେ ପୋର୍ଟ କରିବାରେ ଲାଗିଛନ୍ତି ।

ବିଏସନାଲ ଶସ୍ତା କରିଛି ଏହି ୩ ପ୍ଲାନ୍:
ବିଏସନାଲର ଶସ୍ତା ପ୍ଲାନ- ସରକାରୀ ଟେଲିକମ୍ କମ୍ପାନୀ ନିଜର ପ୍ରାରମ୍ଭିକ ବ୍ରଡବ୍ୟାଣ୍ଡ ପ୍ଲାନର ଦାମ୍ ଶସ୍ତା କରିଛି । ଏହି ୩ ପ୍ଲାନରେ ୟୁଜର୍ସ ପୂର୍ବ ଅପେକ୍ଷା ଅଧିକ ସ୍ପିଡରେ ଇଣ୍ଟରନେଟ୍ ଆକ୍ସେସ୍ ମିଳିପାରିବ । କମ୍ପାନୀ ୨୫୦ ଟଙ୍କା, ୨୯୯ ଏବଂ ୩୨୯ ଟଙ୍କାର ମାସିକ ବ୍ରଡବ୍ୟାଣ୍ଡ ପ୍ଲାନ ପାଇଁ ଇଣ୍ଚରନେଟ୍ ସ୍ପିଡ୍ ୨୫ ଗଭକ୍ଟ୍ରଗ୍ଦ କରିଛି । ଏହା ପୂର୍ବରୁ ୟୁଜର୍ସଙ୍କୁ ୧୦ଗଭକ୍ଟ୍ରଗ୍ଦ ରୁ ୨୦ଗଭକ୍ଟ୍ରଗ୍ଦ ପର‌୍ୟ୍ୟନ୍ତ ସ୍ପିଡ୍ ମିଳୁଥିଲା ।
ମିଳିବ ଏହି ବେନିଫିଟ୍।

ବିଏସନାଲର ଏହି ୩ଟି ବ୍ରଡବ୍ୟାଣ୍ଡ ପ୍ଲାନ୍ ୠଟଚ(ଫେୟର ୟୁଜର୍ ପଲିସି) ଉପରେ ଆଧାରିତ । ୨୪୯ ଟଙ୍କା ପ୍ଲାନ ୟୁଜର୍ସଙ୍କୁ ମାସେ ପାଇଁ ୧୦ ଜିବି ଇଣ୍ଚରନେଟ୍ ପ୍ରଦାନ କରାଯାଉଛି । ଏହି ପ୍ଲାନରେ ୧୦ ଜିବି ଡାଟା ଶେଷ ହେବା ପରେ ଇଣ୍ଟରନେଟ୍ ସ୍ପିଡ୍ କମିଯାଇ ୨ଗଭକ୍ଟ୍ରଗ୍ଦ ହେବ । ଅନ୍ୟପଟେ ୨୯୯ ପ୍ଲାନ୍ ୟୁଜର୍ସଙ୍କ ପାଇଁ ଏଫୟୁପି ଲିମିଟ୍ ୧୦୦୦ ଜିବି ରହିଛି । ସେହିଭଳି ଏହି ଡାଟା ଶେଷ ହେବା ପରେ ୪ ଗଭକ୍ଟ୍ରଗ୍ଦ ଇଣ୍ଟରନେଟ୍ ସ୍ବିଡରେ ଡାଟାର ଉପଯୋଗ କରିପାରିବେ ।

ତଥ୍ୟ ଅନୁସାରେ, ବିଏସ୍ଏନ୍ଏଲର ୨୪୯ ଏବଂ ୨୯୯ ପ୍ଲାନ କେବଳ ନୂଆ ୟୁଜର୍ସଙ୍କ ପାଇଁ ରହିବ । ସେହିଭଳି ୩୨୯ ଟଙ୍କାର ପ୍ଲାନ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିବ । ଇଣ୍ଟରନେଟ୍ ସୁବିଧା ପାଇବା ସହିତ ଅନଲିମିଟେଡ୍ କଲର ସୁବିଧା ପାଇବେ ୟୁଜର୍ସ ।

Get real time updates directly on you device, subscribe now.