ବ୍ରହ୍ମପୁର: ବିଳମ୍ବିତ ରାତିରେ ବାପଘରକୁ ଆସିଛନ୍ତି ମା’ ବୁଢ଼ୀ ଠାକୁରାଣୀ । ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଉତ୍ସବମୁଖର ବ୍ରହ୍ମପୁର ସହର ।
ଅସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଚାଲିଛି । ଢୋଲୋ, ଶଂଖ ନାଦରେ କମ୍ପମାନ ହେଉଛି ପରିବେଶ ।
ମା’ ବାପ ଘରକୁ ଆସିବା ପରେ ଅସ୍ଥାୟୀ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରାତି ଅନିଦ୍ରା ହୋଇ ଭକ୍ତମାନେ ମା’ଙ୍କ ଦର୍ଶନ କରିଛନ୍ତି ।
ମା’ଙ୍କ ନୀତିକାନ୍ତି ବାପଘରେ କରାଯିବ । ଆଜି ମା’ ବିଶ୍ରାମ ନେବେ, କାଲିଠାରୁ ନଗର ପରିକ୍ରମା ଆରମ୍ଭ ହେବ ।
୨ ବର୍ଷ ବ୍ୟବଧାନରେ ଆଜି ବୁଢ଼ୀଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଛି । ଯାତ୍ରା ୨୮ ପର୍ଯ୍ୟନ୍ତ ଚାଲିବ ।
ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପ ଓ ଆଖପାଖ ଅଞ୍ଚଳରେ ୬ ପ୍ଲାଟୁନ ଫୋର୍ସ ସାଙ୍ଗକୁ ୪୦ ଅଫିସର ନିୟୋଜିତ ହୋଇଛନ୍ତି ।