ହେ ପ୍ରଭୁ କି ଯୁଗ ଆସିଲା… (Video) ଶେଷରେ ଷଣ୍ଢ ଚଲାଇଲା ସ୍କୁଟି, ରାସ୍ତାରେ ଦେଖାଇଲା ସର୍କସ୍
ଭାଇରାଲେ ହେଉଛି ଷଣ୍ଢ ଗାଡ଼ି ଚଲା ଭିଡିଓ । ସ୍କୁଟି ଚଲେଇ ଫୋପାଡ଼ିଦେଇ ପଳାଇଲା ।
ଓଡିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚନା ମଧ୍ୟ ଆରମ୍ଭ ହୁଏ ।
ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଭାଇରାଲ ହେଉଥିବା ଭିଡିଓରେ ଏକ ଷଣ୍ଢ ସ୍କୁଟି ଚଲାଉଥିବାର ଦେଖିବାକୁ ମିଳିଛି ।
ଭିଡିଓଟି ସିସିଟିଭି କ୍ୟାମେରାରେ କଏଦ ହୋଇଛି ଷଣ୍ଢ ଭାଡ଼ି ଚଲାର ଭିଡିଓ । ଜାରି ଭିଡିଓ ଅନୁସାରେ ଷଣ୍ଢଟି ଏକ ସରୁ ଗଳି ବାଟ ଦେଇ ଯାଉଛି । ଗଲାବେଳେ ହଠାତ୍ ତା’ ଆଖି ରାସ୍ତାକଡ଼ରେ ଥୁଆ ହୋଇଥିବା ସ୍କୁଟି ଉପରେ ପଡ଼ିଯାଏ ।
ଏହାପରେ ସ୍କୁଟି ଉପରେ ଚଢ଼ି ଗାଡ଼ି ଚଲେଇବା ଆରମ୍ଭ କରୁଛି । ଏହାପରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ସ୍କୁଟିଟି ପିଟି ହୋଇଯିବା ପରେ ଗାଡ଼ିକୁ ସେଠାରେ ଛାଡ଼ି ଷଣ୍ଢଟଇ ଚୁପ୍ ଚାପ ଚାଲିଯାଉଛି ।
ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଭିଡିଓ ଦେଖି ମନୋରଞ୍ଜିତ ହେଉଛନ୍ତି । ଘଟଣାଟି ଉତ୍ତର ପ୍ରଦେଶକରେ ଘଟିଥିବା କୁହାଯାଉଛି ।
how can you explain this to insurance guy that a bull took your scooter
for a ride & crashed itpic.twitter.com/hvHNkdQPxy— umar akmel (@urmommyfan_) May 2, 2025