fbpx

ଭାରତୀୟ ରେଳ ବିଭାଗରେ ବମ୍ପର ନିଯୁକ୍ତି: ମାସିକ ୮୦,୦୦୦ ରୋଜଗାର ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଦେଉଛି ରୋଜଗାରର ଏକ ବିରାଟ ସୁଯୋଗ । ମାସକୁ ପ୍ରାୟ ୮୦,୦୦୦ ଟଙ୍କା ରୋଜଗାର କରିବା ପାଇଁ ବାଟ ଦେଖାଉଛି ଇଣ୍ଡିଆନ ରେଲୱେ । ଦେଶରେ ବେକାରୀ ସମସ୍ୟା ଦୂର କରିବା ପାଇଁ ରେଳ ବିଭାଗର ଏହି ଯୋଜନା ବଡ ଭୂମିକା ତୁଲାଇପାରେ । ତେବେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ ହେବ ବୋଲି ଆଶା କରାଯାଉଛି । ଏହି ବିଜନେସ କରିବା ପାଇଁ କେବଳ ଭାରତୀୟ ରେଲୱେ କାଟରିଙ୍ଗ ଏବଂ ଟୁରିଜିମ୍ କର୍ପୋରେସନ ୱେବସାଇଟରେ ଜଣେ ଏଜେଣ୍ଟ ହେବାକୁ ପଡିବ ।

ଇଣ୍ଡିଆନ୍ ରେଲୱେ କାଟରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେସନ(IRCTC) ରେଲୱେର ଏକ ଅନ୍ୟତମ ସେବା । ଏହା ଦ୍ୱାରା ଟ୍ରେନ ଟିକେଟ ବୁକିଙ୍ଗ ସହିତ ଅନେକ ସେବା ମିଳିପାରିବ । ବର୍ତ୍ତମାନ ଏହି ଆଇଆରସିଟିସି ସାହାଯ୍ୟରେ ପ୍ରତି ମାସ ଘରେ ବସି ହଜାର ହଜାର ଟଙ୍କା ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ ଆସିଛି । ଏଥିପାଇଁ ଟିକେଟ ଏଜେଣ୍ଟ ହେବାକୁ ପଡିବ ଯାହା ଫଳରେ ଜଣ ପ୍ରାର୍ଥି ମାସିକ ୮୦ ହଜାର ଟଙ୍କା ରୋଜଗାର କରିପାରିବେ । ରେଲୱେ କାଉଣ୍ଟରରେ ଟିକେଟ କ୍ଲର୍କ କାଟିଥାନ୍ତି, ଠିକ ସେହିପରି ଟିକେଟ ଏଜେଣ୍ଟ ମଧ୍ୟ ଯାତ୍ରୀମାନଙ୍କ ଟିକେଟ କାଟି ପାରିବେ । ଅନଲାଇନ ଟିକେଟ କାଟିବା ପାଇଁ IRCTCର ୱେବସାଇଟକୁ ଯାଇ ଏଜେଣ୍ଟ ହେବା ପାଇଁ ଆବେଦନ କରିବାକୁ ପଡିବ ।

ଭାରତୀୟ ରେଳର ସ୍ୱୀକୃତିପ୍ରାପ୍ତ ଟିକେଟ ଏଜେଣ୍ଟ ହୋଇଯିବା ପରେ ଆପଣ ସମସ୍ତ ପ୍ରକାର ଟ୍ରେନ ଟିକେଟ ବୁକ୍ କରିପାରିବେ । ଏଥିରେ ଆପଣଙ୍କୁ ଭଲ କମିଶନ୍ ମଧ୍ୟ ମିଳିପାରିବ । ତେବେ ଟିକେଟ ଏଜେଣ୍ଟ ଭାବରେ କୌଣସି ଯାତ୍ରୀଙ୍କ ପାଇଁ ନନ୍-ଏସି କୋଚରେ ଟିକେଟ କାଟିଲେ ଏଜେଣ୍ଟ ପ୍ରତି ଟିକେଟ ପାଇଁ ୨୦ ଟଙ୍କା ଏବଂ ଏସି କୋଚରେ ୪୦ ଟଙ୍କାର କମିଶନ୍ ମିଳିପାରିବ । ଏହାବ୍ୟତୀତ ଟିକେଟର ଦାମର ୧% ଟଭ୍କା ମଧ୍ୟ ଜଣେ ଏଜେଣ୍ଟଙ୍କୁ ଦିଆଯାଇଥାଏ ।

ଆଇଆରସିଟିସିର ଏଜେଣ୍ଟ ହେବା ପାଇଁ କୌଣସି ଦେୟ ଦେବାକୁ ପଡିଥାଏ । ଗୋଟିଏ ବର୍ଷ ପାଇଁ ଏଜେଣ୍ଟ ହେବାକୁ ହେଲେ ଆଇଆରସିଟିସିକୁ ୩୯୯୯ଟଙ୍କା ଫିସ୍ ଦେବାକୁ ପଡିଥାଏ । ତେବେ ୨ ବର୍ଷ ପାଇଁ ଏଜେଣ୍ଟ ହେବାକୁ ହେଲେ ୬,୯୯୯ ଟଙ୍କା ଦେବେ ଇଚ୍ଛୁକ ପ୍ରାର୍ଥି । ଏହାବ୍ୟତୀତ ଏଜେଣ୍ଟ ଭାବରେ ମାସିକ ୧୦୦ ଟିକେଟ ବୁକ୍ କରିବା ଦ୍ୱାରା ଟିକେଟ ପ୍ରତି ୧୦ ଟଙ୍କା ଫିସ୍ ଦେବାକୁ ପଡିବ । ତେବେ ୧୦୧ରୁ ୩୦୦ଟିକେଟ ପାଇଁ ୮ ଟଙ୍କା ପ୍ରତି ଟିକେଟ ଦେବାକୁ ପଡିଥାଏ ଏବଂ ଏହାଠାରୁ ଅଦିକ ଟିକେଟ ବୁକ କଲେ ଟିକେଟ ପିଛା ଜଣେ ଏଜେଣ୍ଟଙ୍କୁ ମାତ୍ର ୫ ଟଭ୍କା ।

Get real time updates directly on you device, subscribe now.