fbpx

ଘଟିଲା ବସ୍ ଦୁର୍ଘଟଣା:୨୧ ମୃତ

Advertisement

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ସଡକ ଦୁର୍ଘଟଣା ହେଉଛି । ଫଳରେ ବହୁ ଲୋକଙ୍କ ଜୀବନ ଯାଉଥିବା ବେଳେ କିଛି ଲୋକ ଗୁରୁତର ଆହତ ମଧ୍ୟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ପୁଣି ଏକ ଦୁର୍ଘଟଣା ମାମାଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଲୋକଙ୍କ ମନରେ ଭୟ ଖେଳାଇ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ତ୍ତରାଞ୍ଚଳର ଆଗା ସହରରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟମାନେ ବେଳେ ଆହତ ହୋଇଛନ୍ତି । ତେବେ ବସରେ ମୋଟ ୩୫ ଜଣ ଯାତ୍ରୀ ଥିବା ବାଳେ ବସଟି କେନାଲ ତଳକୁ ଖସିପଡିଛି । ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି । ତେବେ ବସଟି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରୁଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ବସ ଟି ଭାରସ୍ୟାମ ହରାଇ ଏପରି ଦୁର୍ଘଟଣାର ଶିକାର ହେଉଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.