fbpx
BSKY SKY
BSKY SKY

ମାତ୍ର ଗୋଟିଏ ଡିପ୍ଲୋମାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ, ଜାଣନ୍ତୁ କେମିତି

BJD

ନୂଆଦିଲ୍ଲୀ : ଡିପ୍ଲୋମା ଏପରି ଏକ ଶବ୍ଦ ଯାହା ଘରେ ଘରେ ପରିଚିତ । ଆଗରୁ ଡିପ୍ଲୋମା ପାଠ୍ୟକ୍ରମର ମହତ୍ତ୍ୱ ଯେମିତି ଥିଲା ତା’ଠାରୁ ଅଧିକ ସମ୍ମାନ ଥିଲା । ସବୁ ସହରରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ବ୍ୟବସ୍ଥା ହେଲା ଏବଂ ଗଢି ଉଠିଲା ଅନୁଷ୍ଠାନ । ଛତୁ ଫୁଟିଲା ଭଳ ଡିପ୍ଲୋମା କଲେଜ ଗଢି ଉଠିଲା । ଘରେ ଘରେ ଡିପ୍ଲୋମା ଛାତ୍ରଛାତ୍ର ବାହାରିଲେ । ପରିସ୍ଥିତିୁ ଏଭଳି ହେଲା ଯେ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିଲାନି ବେକାର ହୋଇ ବୁଲିଲେ । ଯେକୌଣସି ସରକାରୀ ପିଏନ୍ ବା ଅଫିସ ବଏ ପାଇଁ ଲକ୍ଷ ଲକ୍ଷ ଡିପ୍ଲୋମା ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି । ଏବେ କିନ୍ତୁ ଡିପ୍ଲୋମା କଥା କହିଲେ ଲୋକ ମୁହଁ ଫେରାଇ ନେଉଛନ୍ତି । ହେଲେ ଆମେ ଆଜି ଏଭଳି ଜଣେ ଛାତ୍ର ବିଷୟରେ କହିବାକୁ ଯାଉଛୁ , ଯିଏ ମାତ୍ର ଗୋଟିଏ ବିଷୟରେ ଡିପ୍ଲୋମା କରି ଆଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ମଧ୍ୟପ୍ରଦେଶର ଖାର୍ଗୋନର ରବି ପାଲ ଏହାର ଏକ ଉଦାହରଣ । ତାଙ୍କ ପରିବାର ପାରମ୍ପାରିକ ବୃତ୍ତି ଚାଷ ଥିଲା । କରୋନା ପୂର୍ବରୁ ଏହା ପ୍ରାୟ ୨୦୧୫-୧୬ରେ ରବିଙ୍କ ପିତା ପୁଅ ହାତକୁ ସବୁ କାମ ଟେକି ଦେଇଥିଲେ । ଛତିଶଗଡରୁ କୃଷି କ୍ଷେତ୍ରରେ ଡିପ୍ଲୋମା କରି ଫସଲ ଆରମ୍ଭ କରିଥିଲେ । ରବି ପ୍ରଥମେ କ ତରଭୁଜରୁ ଆରମ୍ଭ କରିଥିଲେ । ଏହା ପରେ ସେ କଦଳୀ ଏବଂ ଅମୃତଭଣ୍ଡା ଚାଷ କରିଥିଳେ । ଯାହା ଆଜି ତାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଛି । ଏଥିରେ ସେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Get real time updates directly on you device, subscribe now.