୫ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ, ରାଜନୈତିକ ଦଳଗୁଡ଼ିକ ଟାର୍ଗେଟରେ BJP

ନୂଆଦିଲ୍ଲୀ: ୫ ବିଧାନସଭା ଆସନ ପାଇଁ ୪ ରାଜ୍ୟରେ ଆଜି କରାଯାଉଛି ଉପ-ନିର୍ବାଚନ । ରାଜନୈତିକ ଦଳ କଂଗ୍ରେସ, ଆପ୍ , ତୃଣମୂଳ , ସିପିଆଇ (ଏମ୍) ଭାଜପାର ପ୍ରତିଦ୍ୱନ୍ଦୀ କରୁଛନ୍ତି ।

ଏଥିସହ ଏହି ରାଜନୈତିକ ଦଳଗୁଡ଼ିକ ପରସ୍ପରର ପ୍ରତିଦ୍ୱନ୍ଦୀ ହୋଇ ଛିଡ଼ା ହୋଇଛନ୍ତି । ଗୁଜୁରାଟର ୨ଟି ବିଧାନସଭା ଆସନ, କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ଗୋଟିଏ ଲେଖା ଆସନ ପାଇଁ ଉପ-ନିର୍ବାଚନ କରାଯାଉଛି ।

ପଶ୍ଚିମ ବଙ୍ଗର କାଲିଗଞ୍ଜ, କେରଳର ନୀଲାମ୍ବୁର, ପଞ୍ଜାବର ଲୁଧିଆନା ୱେଷ୍ଟ ଏବଂ ଗୁଜୁରାଟର କାଡ଼ି ଓ ବିସାବଦରରେ ବାଇ-ଇଲେକ୍ସନ କରାଯାଉଛି । ଭୋଟିଂ ପରେ ୨୩ ତାରିଖରେ ଭୋଟ ଗଣତି କରାଯିବ ।

ଆସନ୍ତା ବର୍ଷ ଉଭୟ କେରଳ ଏବଂ ପଶ୍ଚିମବଙ୍ଗରେ ଆସେମ୍ବ୍ଲି ଇଲେକ୍ସନ ହେବ ।