fbpx

କଣ SBIର ଯେକୌଣସି ବ୍ରାଞ୍ଚରୁ ଏଟିଏମ୍ ପାଇଁ ଆବେଦନ କରିପାରିବେ? ବ୍ୟାଙ୍କ ଦେଲା ସୂଚନା…

Advertisement

ନୂଆଦିଲ୍ଲୀ: ଆଜିକା ସମୟରେ ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାର ଖୁବ୍ ବଢ଼ିଯାଇଛି । ତେଣୁ ଲୋକମାନେ ଘରେ ବସି ଅନଲାଇନ୍ ମାଧ୍ୟମରେ ସବୁପ୍ରକାର ଆର୍ଥିକ ନେଣଦେଶ କାର୍ଯ୍ୟ କରୁଛନ୍ତି । ଅଧିକାଂଶ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ବ୍ୟାଙ୍କ ସମ୍ପର୍କୀତ ସୁବିଧା ପ୍ରଦାନ କରିବାକୁ ଅନଲାଇନ୍ ରେ ସୁବିଧା ଉପଲବ୍ଧ କରାଉଛନ୍ତି । ଯାହାଫଳରେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବାପର ଠାରୁ ଅଧିକାଂଶ ଲୋକ ଅନଲାଇନ୍ ସୁବିଧା ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଗ୍ରାହକଙ୍କ ପାଇଁ ଡୋର୍ ଷ୍ଟେପ୍ ସୁବିଧା ଆରମ୍ଭ କରିଦେଇଛନ୍ତି ।

ତେବେ ନଗଦ ଟଙ୍କା କାରବାରର ଆବଶ୍ୟକତା କେତେବେଳେ କେଉଁଠି ବି ପଡ଼ିପାରେ । ତେଣୁ ବ୍ୟାଙ୍କରୁ ଫର୍ମ ଭରି ଟଙ୍କା ଉଠାଇବା ସବୁବେଳେ ସମ୍ବବ ହୁଏ ନାହିଁ । ତେଣୁ ଡିଜିଟାଲ ବ୍ୟାଙ୍କିଙ୍କ୍ ଆବଶ୍ୟକ ପଡ଼ିପାରେ । ଏଭଳି ପରିସ୍ଥିତିରେ ଏଟିଏମ୍ କାର୍ଡ ନିହାତି ଦରକାର । ଆଉ ଆଜିକା ସମୟରେ ଏଟିଏମ୍ ର ବ୍ୟବହାର ଢ଼େର୍ ବୃଦ୍ଧି ହୋଇଛି । ତେବେ ଯଦି ଆପଣଙ୍କ ପୁରୁଣା ଏଟିଏମ୍ କାର୍ଡ ଖରାପ ହୋଇଯାଇଛି କିମ୍ବା ହଜିଯାଇଛି ତାହେଲେ ଆପଣ ନୂଆ ଏଟିଏମ୍ ପାଇଁ ଆବେଦନ କରିବାକୁ ପଡ଼ିବ । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, କଣ ମୁଖ୍ୟ ବ୍ରାଞ୍ଚ ବ୍ୟତୀତ ଅନ୍ୟ କୌଣସି ବ୍ରାଞ୍ଚରେ ଏଟିଏମ୍ ପାଇଁ ଆବେଦନ କରାଯାଇ ପାରିବ ନା ନାହିଁ? ଏହି ପରିପ୍ରେକ୍ଷୀରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଇଛି ।

 

ନିକଟରେ ଏସବିଆଇ ପକ୍ଷରୁ ଟୁଇଟ୍ କରି ଉପରୋକ୍ତ ପ୍ରଶ୍ନର ଜବାବ ଦିଆଯାଇଛି । ପ୍ରକୃତରେ ଜଣେ ୟୁଜର୍ ଏହିଭଳି ଏକ ପ୍ରଶ୍ନ ଏସବିଆଇର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟକୁ ଟ୍ୟାଗ୍ କରି କରିଥିଲେ । ଆଉ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏସବିଆଇ କହିଛି ଯେ, ଏସବିଆଇ ଗ୍ରାହକ ମାନେ ଯେକୌଣସି ବ୍ରାଞ୍ଚରେ ଏଟିଏମ୍ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ସବୁ ପ୍ରକାର ଡକ୍ୟୁମେଣ୍ଟ ଉପଲବ୍ଧ ରହିଥିବା ଦରକାର । ଆପଣ ଯେଉଁ ରାଜ୍ୟରେ ଥାଆନ୍ତୁ ନା କାହିଁକି ଆପଣ ଏଟିଏମ୍ ପାଇଁ ଆବେଦନ କରିପାରିବେ । ଆପଣ ଚାହିଁଲେ ଅନଲାଇନ୍ ରେ ଏଟିଏମ୍ ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.