ନିଜ୍ଜର ହତ୍ୟାରେ ଭାରତକୁ ଛନ୍ଦିବାକୁ କାନାଡାର ପ୍ରୟାସ, ୫ ଦେଶଙ୍କୁ କରୁଛି ମେଳି

ନୂଆଦିଲ୍ଲୀ: ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡା ମୁହଁମୁହିଁ । ଭାରତ ବିରୋଧରେ ଅଭିଯୋଗ ଆଣୁଛି କାନାଡା । ଏଥିସହ ଭାରତ ବିରୋଧରେ ଏକ ମେଳି କରିବାକୁ ଚେଷ୍ଟା କରୁଛି । ଆଗକୁ କାନାଡାରେ ନିର୍ବାଚନ ଥିବାରୁ କାନାଡା ପ୍ରଦାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ମିଛ ଅଭିଯୋଗ ଆଣି ଜିତିବାକୁ ଚେଷ୍ଟା କରୁଥିବା କହିଛି ଭାରତ ।

କିଛି ମାସ ହେବ କାନାଡା ଓ ଭାରତ ମଧ୍ୟରେ ସମ୍ବନ୍ଧ ବିଗିଡି ଚାଲିଛି । ଖାଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟାରେ ଭାରତର ହାତ ଥିବା କହି ଏବେ ଟ୍ରୁଡୋ ୫ ଦେଶଙ୍କ ଜରିଆରେ ମାମଲାର ଯାଞ୍ଚ କରୁଛି । ସେଠାକାର ପ୍ରଧାନମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କ କହିବା କଥା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୟୁକେ ଓ ଆମେରିକା ସହ ମିଶି ନିଜ୍ଜର ହତ୍ୟାର ଯାଞ୍ଚ କରିବା ।

ଏଠାରେ କହି ରଖୁ କି, ଏହି ମାମଲାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଉଭୟ ଦେଶ ସେମାନଙ୍କ କୂଟନୈତିଜ୍ଞଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ଆଗରୁ ନିଜ୍ଜରକୁ ଆତଙ୍କବାଦୀ ଘୋଷଣ କରିଥିଲା । ଏହା ପରେ ଜଷ୍ଟିନ ଟ୍ରୁେଡୋ ଭାରତ ବିରୋଧରେ ଅଭିଯୋଗ ଆଣିବା ସହ ନିର୍ଦ୍ଦୋଷତାର ପ୍ରମାଣ ଦେବାକୁ କହୁଛି ।

ଆଗରୁ କାନାଡା ଓଟାବାରେ ଅବସ୍ଥାପିତ କୂଟନୀତିଜ୍ଞ ସଂଜୟ ବର୍ମାଙ୍କ ବିରୋଧରେ ନିଜ୍ଜରକୁ ହତ୍ୟା କରିବାର ପ୍ଲାନ କରିଥିବା ଅଭିଯୋଗ କରିଥିଲା । ଯାହାକୁ ଭାରତ ଖାରଜ କରିଦେଇଥିଲା । ତେଣୁ ଭାରତ ତାର ୬ ରାଷ୍ଟ୍ରଦୂତଙ୍କୁ କାନାଡା ଛାଡିବାକୁ ଆଦେଶ ଦେଇଛି ।

Get real time updates directly on you device, subscribe now.