fbpx

୪ରୁ ଆରମ୍ଭ CBSE ବୋର୍ଡ ପରୀକ୍ଷା: ବଢୁଥିବା ସଂକ୍ରମଣକୁ ଦେଖି ପରୀକ୍ଷା ନକରିବାକୁ ଦାବି, ବୟାନ ରଖିଲା CBSE

CBSE ବୋର୍ଡର ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ମେ ୪ରୁ ଆରମ୍ଭ ହେବାକୁ ଥିବାବେଳେ, ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ପରୀକ୍ଷାକୁ ବନ୍ଦ କରିବାକୁ ଛାତ୍ର ଛାତ୍ରୀ ଏବଂ ଅଭିଭାବକଙ୍କ ଦାବି । ଅନ୍ୟ ପଟେ ବୋର୍ଡ କହିଛି ୧୦ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ତାହାର ନିର୍ଦ୍ଧାରିତ ସମୟରେ ହେବ ।

ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ବହୁସଂଖ୍ୟାରେ CBSE ବୋର୍ଡର ଛାତ୍ର ଛାତ୍ରୀ ଏବଂ ଅଭିଭାବକ ପରୀକ୍ଷା ରଦ୍ଧ କରିବାକୁ ଦାବି କରିଛନ୍ତି ।

ମିଡିଆରେ ପ୍ରକାଶ ପାଇଥିବା ଖବର ଅନୁସାରେ ଏହି ସଂପର୍କରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ପାଖା ପାଖି ଏକ ଲକ୍ଷ ଛାତ୍ର ଛାତ୍ରୀ ୨୦୨୧ CBSE ବୋର୍ଡ ପରୀକ୍ଷା ରଦ୍ଧ କରିବାକୁ ଏକ ପିଟିସନରେ ନିଜର ହସ୍ତାକ୍ଷର କରିଛନ୍ତି । ଏହାକୁ ନେଇ ଟୁଇଟରେ ୨ ଧରି #cancel board exam 2021, #Cancel our CBSEboard exam 2021, #Cancel Boards2021ର ଟ୍ରେଣ୍ଡ ଜାରି ରହିଛି ।

ସେପଟେ ମିଡିଆ ରିପୋର୍ଟ ଅନୁଯାୟୀ CBSE ଜଣେ ଅଧକାରୀଙ୍କ କହିବା ଅନୁସାରେ ‘ପରୀକ୍ଷା ସଂପୂର୍ଣ୍ଣ ଭାବରେ କୋଭିଡ କଟକଣାକୁ ମାନି କରାଯିବ । ପିଲାଙ୍କ ମଧ୍ୟରେ ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା ରକ୍ଷା ନିମନ୍ତେ ୪୦-୫୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବୃଦ୍ଧି କରାଯାଇଛି ।

ସେପଟେ ବୋର୍ଡର କହିବାନୁସାରେ ବୋର୍ଡ କୋଭିଡ-୧୯ ମହାମାରୀ ମଧ୍ୟରେ ପରୀକ୍ଷା ପରିଚାଳିତ କରିବା ପାଇଁ ପର୍ଯ୍ୟାପ୍ତ ଉପାୟ ଆପଣାଇଛି । ଯେଉଁମାନେ ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିନାହାନ୍ତି, ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ ।

ଗଣମାଧ୍ୟମରେ ପ୍ରକାଶ ରିପୋର୍ଟ ମୁତାବିକ ବୋର୍ଡ ଘୋଷଣା କରିଛି, ଯେ “କୋଭିଡ ୧୯ର ଦ୍ୱିତୀୟ ଲହର ବଢୁଥିବାବେଳେ ପରୀକ୍ଷା ଆୟୋଜନ ହେଉଥିବାରୁ ବୋର୍ଡ ପରୀକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ସାବଧାନତା ଗ୍ରହଣ କରଛି । CBSE Council for the Indian School Certificate Examination (CISCE) ମିଳିତ ଭାବେ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ଏହି ବୟାନରେ ଆହୁରି ମଧ୍ୟ କୁହାଯାଇଛି , ଯଦି କେହି କୋଭିଡ ଯୋଗୁଁ ପରୀକ୍ଷା ଦେଇ ପାରିବେନି ତେବେ ସେମାନଙ୍କୁ ପରେ ଉଚିତ ସମୟରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ।”

Get real time updates directly on you device, subscribe now.