ସିଙ୍ଗଲ ଗର୍ଲ ଚାଇଲ୍ଡ ଶିକ୍ଷାବୃତ୍ତି ପାଇଁ ସିବିଏସଇ ଆରମ୍ଭ କଲା ପଞ୍ଜିକରଣ, କେମିତି କରିବେ ଆବେଦନ?

ନୂଆଦିଲ୍ଲୀ- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସିଙ୍ଗଲ ଗର୍ଲ ଚାଇଲ୍ଡ ସ୍କଲାରସିପର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି । ସିବିଏସଇ ଆଧିକାରି ୱେବସାଇଟରେ ସିଙ୍ଗଲ ଗର୍ଲ ଚାଇଲ୍ଡ ସ୍କଲାରସିପ ୨୦୨୪ ଓ ସିଙ୍ଗଲ ଗର୍ଲ ଚାଇଲ୍ଡ ସ୍କଲାରସିପ ୨୦୨୩(ନବୀନକରଣ) ପାଇଁ ଆବେଦନ କରିପାରନ୍ତି । ଏଥିପାଇଁ ସିବିଏସଇର ଆଧିକାରିକ ୱେବସାଇଟ cbse.gov.in. କୁ ଭିଜିଟ କରି ଦୁଇଟିଯାକ ସ୍କିମରେ ଆବେଦନ କରିପାରନ୍ତି ।

ଅନଲାଇନ ଆବେଦନ ପାଇଁ କଣ କରିବାକୁ ହେବ?

ଏହି ଯୋଜନା ଅନ୍ତର୍ଗତ ଛାତ୍ରୀଙ୍କୁ ପ୍ରତି ମାସରେ ୫୦୦ ଟଙ୍କା ଛାତ୍ରବୃତ୍ତି ମିଳିଥାଏ । ଏଥିପାଇ ଆବେଦନକାରୀଙ୍କୁ ଅନଲାଇନରେ ବ୍ୟାଙ୍କ ନାଁ, ଖାତା ସଂଖ୍ୟା, RTGS, NEFT, IFSC କୋଡ ଓ ବ୍ୟାଙ୍କର ଠିକଣା ଦେବାକୁ ହେବ । ଏଥିସହ ଆବେଦନ ଉପରେ ଆବେଦକଙ୍କ ଦସ୍ତଖତ ଥିବା ନିତାନ୍ତ ଜରୁରୀ । ବିନା ଦସ୍ତଖତରେ ଆବେଦନ ଖାରଜ ହୋଇଯିବ ।

ଆବଶ୍ୟକୀୟ ଦସ୍ତାବିଜ

ସିବିଏସଇ ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ ଏକ୍ସ ୨୦୨୪ ଜମା କରିବାର ଶେଷ ତାରିଖ ରହିଛି ୨୩ ଡିସେମ୍ବର । ଯଦି ଆବେଦନକରିବାକୁ ଇଛୁକ, ତେବେ ଏହି ସବୁ ଦସ୍ତାବିଜ ନିତାନ୍ତ ଜରୁରୀ । ଦସ୍ତାବିଜରେ ୧୧ର ମାର୍କସିଟ , ଆଧାର କାର୍ଡ, ଯୋଉଟା ବ୍ୟାଙ୍କ ସହ ଲିଙ୍କ ଥିବ ଓ ବ୍ୟାଙ୍କ ପାସବୁକ କପି ଦେବାକୁ ହେବ ।

ତେବେ ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ ଓ ସିଙ୍ଗଲ ଗର୍ଲ ଚାଇଲ୍ଡ ସ୍କଲାରସିପ ଏସ୍କ ରେ କଣ ରହିଛି ଅନ୍ତର?

ସିଙ୍ଗଲ ଗର୍ଲ ଚାଇଲ୍ଡ ସ୍କଲାରସିପ ଏସ୍କ ୨୦୨୪ ଯୋଜନା ସେହି ଏକକ କନ୍ୟା ସନ୍ତାନଙ୍କ ପାଇଁ ଯେଉଁମାନେ ୨୦୨୪ରେ ସିବିଏସଇରୁ ୧୦ମ ଉତ୍ତୀର୍ଣ୍ଣ ହୋଇ ସିବିଏସଇର ୧୧ ଶ୍ରେଣୀରେ ପଢୁଥିବେ । ସିଙ୍ଗଲ ଗର୍ଲ ଚାଇଲ୍ଡ ସ୍କଲାରସିପ ଏସ୍କ ୨୦୨୩ ନବୀକରଣ ୨୦୨୪ ଯୋଜନା ସେହି ଛାତ୍ରୀଙ୍କ ପାଇଁ ନବୀକରଣ ଆବେଦନ, ଯେଉଁମାନେ ୨୦୨୩ରେ ଛାତ୍ରବୃତ୍ତି ପାଇଥିଲେ ।