fbpx

ଅଫିସରେ କର୍ମଚାରୀଙ୍କୁ ଗୁଗୁଲ ଡ୍ରାଇଭ VPN ବ୍ୟବହାର କରିବା ମନା: କେନ୍ଦ୍ର ସରକାରଙ୍କ ନୋଟିସ୍

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ନୂତନ ନିୟମ । କାର୍ଯ୍ୟାଳୟରେ କର୍ମଚାରୀ ଉ ଅଧିକ ସମୟ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ(ଭିପିଏନ), ଗୁଗଲ ଡ୍ରାଇଭ ଏବଂ ଡ୍ରୋପବକ୍ସ ବ୍ୟବହାର କରି ପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସିଂ ରେସପନ୍ସ ଟିମ୍ ଏବଂ ଜାତୀୟ ସୂଚନା ଆୟୋଗ(ଏନଆଇସି) ପକ୍ଷରୁ ଏ ସଂପର୍କରେ ନୋଟିସ୍ ଜାରି କରାଯାଇ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନୋଟିସ୍ ଅନୁଯାୟୀ, କେନ୍ଦ୍ର କର୍ମଚାରୀମାନେ ଗୁଗଲ ଡ୍ରାଇଭ ଏବଂ ଡ୍ରପବକ୍ସ ପରି ପ୍ଲାଟଫର୍ମରେ ଫାଇଲ୍ ଗୁଡିକ ଅଧିକ ସମୟ ସେଭ୍ କରି ରଖି ପାରିବେ ନାହିଁ । ଗୁଗଲ ପରି ପ୍ଲାଟଫର୍ମ ଇଣ୍ଟରନେଟରେ ଡାଟା ରଖିବାର ସୁବିଧା ପ୍ରଦାନ କରିଥାଏ । କିନ୍ତୁ ଡିଭାଇସର ଇଣ୍ଟରନାଟ ମେମୋରୀରେ ଡାଟା ରୁହେ ନାହିଁ । ତେଣୁ ସରକାରୀ ତଥ୍ୟ ଅସୁରକ୍ଷିତ ରହିପାରେ ବୋଲି କେନ୍ଦ୍ର ସରକାର ହୃଦବୋଧ କରିଛନ୍ତି । ଏହା ସରକାରଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ରିପୋର୍ଟ ଅନୁଯାୟୀ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଣ୍ଟରନେଟରେ ସରକାରୀ ଫାଇଲ୍ କେମିତି ଅଧିକ ସୁରକ୍ଷିତ ରହି ପାରିବ ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭିପିଏନ ଏବଂ ଗୁଗଲ ଡ୍ରାଇଭ ପରି ପ୍ଲାଟଫର୍ମ ସରକାରଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । ତେଣୁ ସରକାର କର୍ମଚାରୀଙ୍କ ପାଇଁ ଏ ସଂପର୍କରେ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ।

– ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, କର୍ମଚାରୀମାନେ ସରକାରୀ ଡାଟା ଷ୍ଟୋର କରିବା ପାଇଁ କ୍ଲାଉଡ୍ ସେବାର ବ୍ୟବହାର କରିବେ ନାହିଁ ।

– ଭିପିଏନ ସେବାଗୁଡିକର ବ୍ୟବହାର ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି ।

– ସରକାରୀ ଡକ୍ୟୁମେଣ୍ଟଗୁଡିକ ସ୍କାନ୍ କରିବା ପାଇଁ କ୍ୟାମସ୍କାନର୍ ପରି ଥାର୍ଡ ପାର୍ଟିର ପ୍ରୟୋଗଗୁଡିକ ବ୍ୟବହାର ନକରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

– କର୍ମଚାରୀମାନେ ସେମାନଙ୍କର ଉପକରଣଗୁଡ଼ିକୁ ‘ରୁଟ୍’ କିମ୍ବା ‘ଜେଲବ୍ରେକ୍’ କରିବା ଉଚିତ୍ ନୁହେଁ ।

– ସେହିଭଳି ସାଇବର ସୁରକ୍ଷା ନିର୍ଦ୍ଦେଶାବଳୀ ସମଗ୍ର ଦେଶରେ ସରକାରୀ କାର୍ଯ୍ୟାଳୟରେ ପାଳନ କରାଯିବା ଉଚିତ୍ ।

Get real time updates directly on you device, subscribe now.