ବାତ୍ୟା ମୁକାବିଲା ପାଇଁ ଆକ୍ସନ ମୋଡରେ କେନ୍ଦ୍ର ସରକାର, ରିଲିଫ୍ ଏବଂ ରେସ୍କ୍ୟୁ ପାଇଁ ପଠାଇବେ ହେଲିକପ୍ଟର

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୪ ଓ ୨୫ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିରୋ କାଜୁଆଲିଟି ମିଶନକୁ ସଫଳ କରିବା ପାଇଁ ଅଗ୍ନିଶମ, ଓଡ୍ରାଫ୍‌, ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ଅଛନ୍ତି । ଏଥିମଧ୍ୟରେ ବାତ୍ୟା ମୁକାବିଲା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ହେଲିକପ୍ଟର ସୁବିଧା ଯୋଗାଇ ଦେବ । ଆସନ୍ତା ୨୩ ତାରିଖ ପୂର୍ବରୁ ହେଲିକପ୍ଟର ପହଂଚିଯିବା ନେଇ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ସମୟରେ ରିଲିଫ ଏବଂ ରେସ୍କ୍ୟୁ ପାଇଁ ହେଲିକପ୍ଟର ବ୍ୟବହାର କରାଯିବ । ଆବଶ୍ୟକ ଅନୁଯାୟୀ ସରକାର ଏହାକୁ ବ୍ୟବହାର କରିବେ ସରକାର । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ଆଗୁଆ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ବ୍ୟବସ୍ଥା ରହିଛି । ଏଭଳି ସ୍ଥିତିରେ ଗାଁରେ ଚୋରି ରୋକିବା ପାଇଁ ପୋଲିସ ପାଟ୍ରୋଲିଂ କରିବ । ସେପଟେ ବାତ୍ୟା ମୁକାବିଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.