fbpx

ସାମ୍ନାକୁ ଆସିଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ ଶିଡ୍ୟୁଲ! ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନ କରିବ । ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ କହି ସାରିଛନ୍ତି । ଏହା ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ପ୍ରସ୍ତୁତିରେ ଲାଗି ପଡ଼ିଛି । ଏହା ମଧ୍ୟରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶିଡ୍ୟୁଲ ପ୍ରସ୍ତୁତ କରି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ପଠାଇ ଦେଇଛି । ତେବେ ଉକ୍ତ ଶିଡ୍ୟୁଲ ଆଇସିସି ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ହେବା ପୂର୍ବରୁ ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସଫଳ ଆୟୋଜନ ନେଇ ପାକିସ୍ତାନ ପ୍ରସ୍ତୁତି ଆରମ୍ଭ କରିଦେବା ସହିତ ଏହି ଟୁର୍ଣ୍ଣାମେଣ୍ଟର ଶିଡ୍ୟୁଲ ଆଇସିସିକୁ ପଠାଇଛି । ତେବେ ଉକ୍ତ ଶିଡ୍ୟୁଲ ଆଇସିସିର ମଞ୍ଜୁରୀ ପ୍ରାପ୍ତ ହେବା ପୂର୍ବରୁ ତାହା ଭାଇରାଲ ହୋଇଯାଇଛି । ବ୍ରିଟେର ଏକ ଗଣମାଧ୍ୟମରେ ଏହି ଶିଡ୍ୟୁଲ ଛପା ଯାଇଛି । ଉକ୍ତ ତଥ୍ୟ ମୁତାବକ, ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ ତାରିଖରୁ କରାଚୀରେ ଆରମ୍ଭ ହେବ । ଓପନିଂ ମୁକାବିଲା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ଉକ୍ତ ଶିଡ୍ୟୁଲ ମୁତାବକ, ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ୨ଟି ଗ୍ରୁପ୍ କରାଯାଇଛି । ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ-ବି’ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ରହିଛନ୍ତି । ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ସମେତ ସମସ୍ତ ମ୍ୟାଚ ୧୯ ଦିନ ଭିତରେ ଖେଳାଯିବ । ଭାରତ ଫେବୃଆରୀ ୨୦ରେ ପ୍ରଥମ ମ୍ୟାଚରେ ବାଂଲାଦେଶକୁ, ଫେବୃଆରୀ ୨୩ରେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଓ ଗ୍ରୁପ୍ ଷ୍ଟେଜର ଶେଷ ମ୍ୟାଚରେ ପାକିସ୍ତାନକୁ ମାର୍ଚ୍ଚ ୧ରେ ଭେଟିବ । ମାର୍ଚ୍ଚ ୫ ଓ ୬ରେ ସେମିଫାଇନାଲ ଓ ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଗତ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

Get real time updates directly on you device, subscribe now.