fbpx

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ: ଜାଣନ୍ତୁ କେତେଟାରୁ ପାକତ୍ୟାଗ ?

ପୁରୀ(ଓଡ଼ିଶା ଭାସ୍କର): ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ ହୋଇଛି । ଶ୍ରୀମନ୍ଦିର ନୀତିକାନ୍ତ ଓ ପାକତ୍ୟାଗ ନେଇ ନୀତି ନିର୍ଦ୍ଧାରଣ ହୋଇଛି । ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବା ସହ ୧୨ଟା ୩୦ରେ ମଙ୍ଗଳ ଆଳତି ହେବ । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ସରିବ ।

ଅନ୍ୟାନ୍ୟ ନୀତିକାନ୍ତି ପରେ ସକାଳ ୫ଟା ୫୦ରେ ସରିବ ଭୋଗ ମଣ୍ଡପ । ୮ ତାରିଖରୁ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ ହେବ । ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ହେବ । ପଞ୍ଚକ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ନେଇ ଆଲୋଚନା ହୋଇଛି । ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.