ବିବାହର ୧୬ ବର୍ଷ ପରେ ସ୍ୱାମୀଙ୍କୁ ଧୋକା, ସତ କହିଲା DNA ରିପୋର୍ଟ

ବିବାହ ପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ବନ୍ଧନ ସୃଷ୍ଟି ହୁଏ, ଯାହା ପ୍ରେମ, ବିଶ୍ୱାସ ଏବଂ ଏକତ୍ର ରହିବାକୁ ପ୍ରତିବଦ୍ଧତା ସହିତ ଦୃଢ଼ ହୁଏ । ଏହି ସମ୍ପର୍କ ଜୀବନର ଉତ୍ଥାନ-ପତନ ସହିତ ଆନନ୍ଦ ଏବଂ ଆହ୍ୱାନରେ ପରିପୂର୍ଣ୍ଣ। ତଥାପି, ଅନେକ ଥର ବିବାହ ସମ୍ବନ୍ଧୀୟ କିଛି ରହସ୍ୟ ଲୋକମାନଙ୍କଠାରେ ଲୁଚି ରହିଥାଏ, ଯାହା ପରବର୍ତ୍ତୀ ସମୟରେ ଏମିତି ପରିସ୍ଥିତି ଠିଆ କରେ ଯେ, ସେମାନଙ୍କ ନିକଟରେ ଅନୁତାପ ଛଡ଼ା ଆଉ କିଛି ଉପାୟ ନଥାଏ ।

ସ୍ୱାମୀ-ସ୍ତ୍ରୀଙ୍କ ସହ ଜଡିତ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ଚାଇନାରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ୧୬ ବର୍ଷର ବିବାହ ପରେ ନିଜ ପତ୍ନୀଙ୍କ ସତ୍ୟ ବିଷୟରେ ଜାଣିବାକୁ ପାଇଲେ ଏବଂ ଯେତେବେଳେ ଏହାର ସତ୍ୟତା ବାହାରିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ରର ଏହି କାହାଣୀ ୨୦୦୭ରେ ଆରମ୍ଭ ହୋଇଥିଲା । ଯେଉଁଠାରେ ଚେନ୍ ଜିକ୍ସିଆନ୍ ନାମକ ଜଣେ ବ୍ୟକ୍ତି ୟୁ ହୁଆ ନାମକ ଏକ ଝିଅକୁ ବିବାହ କରିଥିଲେ। ଯିଏ ତାଙ୍କଠାରୁ ୮ ବର୍ଷ ସାନ ଥିଲେ ଏବଂ ସେ ବିବାହର କିଛି ମାସ ପରେ ଗର୍ଭବତୀ ହୋଇଥିଲେ। ଚେନ୍  ପିତା ହେବାର ଆନନ୍ଦରେ ଏତେ ବ୍ୟସ୍ତ ଥିଲେ ଯେ, ସେ ସ୍ତ୍ରୀଙ୍କ ଉପରେ ମଧ୍ୟ ସନ୍ଦେହ କରିନଥିଲେ।

କିପରି ପ୍ରକାଶ ପାଇଲା ରହସ୍ୟ?
ଚେନ୍ ବୃତ୍ତିରେ ଟ୍ରକ୍ ଡ୍ରାଇଭର, ଜିଆଙ୍ଗସି ପ୍ରଦେଶର ଡ୍ୟାସିଂରେ ରହୁଥିଲେ ଏବଂ କ୍ୱଚିତ୍ ତାଙ୍କ ଘରକୁ ଆସୁଥିଲେ ଏବଂ ସମୟ କ୍ରମେ ୟୁ ଦ୍ୱିତୀୟ ଝିଅକୁ ଜନ୍ମ ଦେଇଥିଲେ ଏବଂ ଏହି ପିଲା ସହିତ ଚେନ୍ ମଧ୍ୟ ଏହା ତାଙ୍କ ସନ୍ତାନ ବୋଲି ଅନୁଭବ କରିଥିଲେ। କିନ୍ତୁ ସନ୍ଦେହର ପୋକ ଚେନଙ୍କ ମନରେ ପଶିବାକୁ ଲାଗିଲା, ଯେତେବେଳେ ତାଙ୍କ ପତ୍ନୀ ୨୦୧୯ରେ ତାଙ୍କର ତୃତୀୟ ଗର୍ଭଧାରଣ ବିଷୟରେ କହିଥିଲେ ଏବଂ ସେତେବେଳେ ସେ ତାଙ୍କ ପତ୍ନୀଙ୍କୁ ଏ ବିଷୟରେ ପଚାରିଲେ, ସେ କହିଥିଲେ ଯେ ପିଲାଟି ତାଙ୍କର।

ଅବଶ୍ୟ ୨୦୨୨ରେ ଚେନ୍  ଚକିତ ହୋଇଗଲେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ପତ୍ନୀଙ୍କର ଅନ୍ୟ କୌଣସି ସ୍ଥାନରେ ପ୍ରେମ ସମ୍ପର୍କ ଅଛି ଏବଂ ସେ ହତାଶ ହୋଇଥିଲେ। କେବଳ ଏତିକି ନୁହେଁ, ୟୁ ଶାଙ୍ଗ୍ରାଓ ସହରର ଏକ ଡାକ୍ତରଖାନାରେ ତାଙ୍କର ଚତୁର୍ଥ ଝିଅକୁ ଜନ୍ମ ଦେଇଥିଲେ। ଚେନ୍ ଚୁପ୍ ଚାପ୍ ଡାକ୍ତରଖାନା ଯାଇ ଅନୁସନ୍ଧାନ କଲେ ଯେ, ରିଲିଜ୍ ଫର୍ମରେ ତାଙ୍କ ନାମ ଏବଂ ଦସ୍ତଖତ ନକଲି। ପରେ ଡିଏନଏ ଟେଷ୍ଟ କରାଇବାରୁ ସତ ପଦାକୁ ଆସିଥିଲା । ସେ ଏହି ପ୍ରସଙ୍ଗରେ କୋର୍ଟକୁ ଯାଇଥିଲେ, ଯେଉଁଠାରେ କୋର୍ଟ କହିଥିଲେ ଯେ ଚେନ୍ ଦୁଇ ବଡ଼ ଝିଅଙ୍କ ଦେଖାଶୁଣା କରିବେ ଏବଂ ସ୍ତ୍ରୀଙ୍କୁ ଭରଣପୋଷଣ ଦେବେ । ଧୋକା ଛଡ଼ା ଚେନଙ୍କ ପାଇଁ ଏହା କିଛି ନ ଥିଲା ।