(Video) ପ୍ରକୃତିର ଲାଇଟ୍ ସୋ! ଆକାଶରୁ ଖସିଲା ବିଜୁଳି, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ତାମିଲନାଡୁର ରାଜଧାନୀ ଚେନ୍ନାଇ ସମେତ ଆଖପାଖ ଅଞ୍ଚଳରେ ବର୍ଷା ସହିତ ବିଜୁଳି ଘଡଘଡି ଜାରି ରହିଛି । ଲଗାଣ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବା ବେଳେ ଘରେ ରହିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି । ଏହାରି ଭିତରେ ବିଜୁଳି ଖସିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଦିଛି । ବିଜୁଳି ମାରିବା ସହିତ ଖସିବା ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଲଗାଣ ବର୍ଷା ଭିତରେ ଆକାଶରୁ ବିଜୁଳି ଖସୁଥିବାର ଦୃଶ୍ୟ ଏକ ଲାଇଟ୍ ଶୋ ଭଳି ମନେହେଉଛି । ଏହି ଭିଡିଓ ଚିତାକର୍ଷକ ହୋଇଥିଲେ ଛାତିଥରା ହୋଇଛି । ଏହି ଭିଡିଓ ଦେଖି କିଛି ୟୁଜର୍ସ ଭୟଭୀତ ହେଉଥିବା ବେଳେ ଅନ୍ୟ କିଛିଜଣ ଏହାକୁ ସୁନ୍ଦର ଦୃଶ୍ୟ ବୋଲି କହିଛନ୍ତି । ତେବେ ବିଜୁଳି ଖସିବାର ଦୃଶ୍ୟ ରାତିରେ ଦିନର ଭ୍ରମ ସୃଷ୍ଟି କରୁଛି ।

ସୂଚନା ଅନୁସାରେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ବର୍ଷା ଜାରି ରହିଛି । ଚେନ୍ନାଇ ସମେତ ଅନ୍ୟ ଉତ୍ତର ତାମିଲନାଡୁ ଜିଲ୍ଲା – କାଞ୍ଚିପୁରାମ, ଚେଙ୍ଗାଲପାଟ୍ଟୁ ଏବଂ ତିରୁଭାଲୁର ସହିତ ଆସନ୍ତା କିଛି ଦିନ ମଧ୍ୟରେ 20 ସେମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ବନ୍ଦ ରଖାଯାଇଛି ।

Get real time updates directly on you device, subscribe now.