fbpx

(Video) ଅରବିନ୍ଦ କେଜ୍ରିୱାଲଙ୍କର ହଜମ ହେଉନି ଜେଲର ରୁଟି, ୮.୫ କିଲୋ କମିଲା ଓଜନ, କୋମାକୁ ଯିବାର ବିପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି । ତାଙ୍କର ଜେଲରେ ଦିଆଯାଉଥିବା ରୁଟି ହଜମ ହେଉନି । ୨୧ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ତାଙ୍କ ଓଜନ ୮.୫ କିଲୋଗ୍ରାମ ହ୍ରାସ ପାଇଛି ।

ଆପ୍ ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜେଲରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ ନାହିଁ । ପାଞ୍ଚଥର ତାଙ୍କର ବ୍ଲଡ ସୁଗାର ଲେବଲ 50 mg/dLରୁ ମଧ୍ୟ ତଳକୁ ଖସିଯାଇଛି ।

ଆପ ସାଂସଦ କହିଛନ୍ତି ଯେ, ୨୧ ମାର୍ଚ୍ଚରେ ଯେତେବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା ସେହି ସମୟରେ ତାଙ୍କର ଓଜନ ୭୦ କିଲୋ ଥିଲା । ୭୦ କେଜିରୁ ହ୍ରାସପାଇ ୬୧.୫୦ କିଲୋଗ୍ରାମ ହୋଇଯାଇଛି । ପାଖାପାଖି ତାଙ୍କର ୮.୫ କିଲୋ ଓଜନ ୨୧ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ହ୍ରାସ ଘଟିଛି । ଲଗାତାର ୫ ଥର ଏପରି ହେଲାଣି ଯେ, ଯେତେବେଳେ ରାତିରେ ତାଙ୍କ ସୁଗାର ଅଚାନକ ଡାଉନ ହୋଇଯାଉଛି । ସୁଗାର ବଢିବାକୁ ନେଇ ଆପଣ କଣ୍ଟ୍ରୋଲ କରିପାରିବେ । ହେଲେ ଯଦି ଥରେ ସୁଗାର ଲେବଲଏପରି କମିଗଲେ, ତାକୁ କଣ୍ଟ୍ରୋଲ କରିବା କଷ୍ଟକର ହୋଇପଡେ । ଲଗାତାର ହ୍ରାସ ପାଇଲେ ବ୍ୟକ୍ତି ଜଣକ କୋମାକୁ ଯାଇପାରନ୍ତି ବୋଲି କୁହାଯାଏ ।

Get real time updates directly on you device, subscribe now.