fbpx

୩୫୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ବିଦ୍ୟାପୀଠ । ସ୍ମାର୍ଟ ହାଇସ୍କୁଲରେ ପାଠ ପଢ଼ୁଛନ୍ତି ପିଲା । ସାକାର ହେଉଛି ସ୍ବପ୍ନ । ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ବୋର୍ଡ ହୋଇଛି । କ୍ଲାସରୁମରେ କରାଯାଇଛି ଉନ୍ନତମାନର ବ୍ୟବସ୍ଥା । ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ରୂପାନ୍ତରିତ ହେଉଛି ହାଇସ୍କୁଲ । 5T ଉପକ୍ରମରେ ବଦଳୁଛି ସ୍କୁଲର ରୂପରେଖ । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ସ୍କୁଲର ହୋଇଛି ଲୋକାର୍ପଣ ।

ଆଜି ରାଜ୍ୟର ୩୫୭ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାର ୮୭, ଗଞ୍ଜାମ ଜିଲ୍ଲାର ୧୦୬, କେନ୍ଦୁଝରର ୫୭ ଓ ଜଗତସିଂହପୁରର ୧୦୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । 5T ଉପକ୍ରମରେ ରାଜ୍ୟରେ ନୂଆ ରୂପ ପାଉଛି ହାଇସ୍କୁଲ ।

ବଦଳିଛି ସରକାରୀ ସ୍କୁଲର ଚିତ୍ର । ଆଧୁନିକ ଟେକ୍ନୋଲୋଜିରେ ଡିଜିଟାଲ ଓ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ଓ ଲାବୋରେଟାରୀ, ଶୈକ୍ଷିକ ପରିବେଶ ସୃଷ୍ଟି କରାଯାଇଛି । ଯାହାକି ପିଲାଙ୍କ ପାଠପଢ଼ା ଢାଞ୍ଚାରେ ପରିବର୍ତ୍ତନ ଆଣିଛି । ଆଜିଠୁ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲର ଲୋକାର୍ପଣ ଆରମ୍ଭ ହେଉଛି । ସେହିପରି କାଲି ୩ଟି ଜିଲ୍ଲାରେ ରୂପାନ୍ତରିତ ହାଇସ୍କୁଲର ରୂପାନ୍ତରଣ କରାଯିବ । କୋରାପୁଟର ୫୮, ବଲାଙ୍ଗୀରର ୧୦୦ ଓ ସମ୍ବଲପୁରର ୬୧ ହାଇସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.