fbpx

ପିଲାଙ୍କ ଦୃଷ୍ଟିଶକ୍ତି ପ୍ରତି ଦିଅନ୍ତୁ ଅଧିକ ଧ୍ୟାନ, ଜାଣନ୍ତୁ କେବେ କରିବା ଆବଶ୍ୟକ ପିଲାଙ୍କ ଆଖିପରୀକ୍ଷା

ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ପିଲାମାନେ ଏବେ ସ୍କୁଲ ଫେରିଛନ୍ତି ଆଉ ବର୍ତ୍ତମାନ ତାଙ୍କର ସ୍ୱାର୍ଥର କିପରି ଧ୍ୟାନ ନିଆଯିବ ତାହାକୁ ନେଇ ଚିନ୍ତିତ ଅଛନ୍ତି ପିତା ମାତା । ତେବେ ଜାଣି ରଖିବା ଦରକାର କରୋନା ଦ୍ୱାରା ବହୁ ପିଲାମାନଙ୍କ ଶରୀରରେ ଇମ୍ୟୁନ ଶକ୍ତି ହ୍ରାସ ହୋଇ ଯାଇଛି । ଏହା ଦ୍ୱାରା ପିଲାମାନଙ୍କ ଶରୀର ଉପରେ ଏହା ପ୍ରଭାବ ପକାଉଛି ।

ଗୋଟିଏ ସର୍ଭେ ରିପୋର୍ଟରୁ ପ୍ରକାଶ ଯେ ପିଲାମାନେ ଲକଡାଉନ ସମୟରେ ଘରେ ରହିଲେ । ଯାହା ଫଳରେ ସେମାନେ କେବଳ ଫୋନ, ଟିଭି ଆଦି ଦେଖିବାରେ ଅଧିକ ସମୟ ଅତିବାହିତ କରିଛନ୍ତି । ଏହା ସହିତ ସେ ଆହୁରୀ ମଧ୍ୟ କରିଛନ୍ତି ଅନଲାଇନ ମୋଡରେ ଶିକ୍ଷା ଗ୍ରହଣ କରିଥିବାରୁ ଏହା ପିଲା ମାନଙ୍କ ଆଖି ଉପରେ ଏହାର ଖରାପ ପ୍ରଭାବ ପଡିଛି ।
ତେଣୁ ସେମାନଙ୍କୁ ବିଦ୍ୟାଳୟକୁ ପଠାଇବା ପୂର୍ବରୁ ସେମାନଙ୍କୀ ଆଖି ପରୀକ୍ଷା କରିନେବା ଦରକାର । କାରଣ କିଛି କିଛି ପିଲାମାନଙ୍କ ପାଖରେ ଆଖି ପୋଡିବା, ଆଖିରୁ ପାଣି ଗଡିବା, ଆଖିରେ ନାଲି ରଙ୍ଗର କିଛି ଦେଖିବାକୁ ମିଳୁଛି । ତେବେ ଏହା ସବୁ ଆଗକୁ ବଡି ପିଲାଙ୍କ ଆଖି ଉପରେ ଖରାପ ପ୍ରଭାବ ପକାଇବା ପୂର୍ବରୁ ତାଙ୍କ ଆଖି ପରୀକ୍ଷା କରି ଏହାର ଉପଚାର କରିବା ଦ୍ୱାରା ।
ଏହା ସହିତ ବର୍ତ୍ତମାନ ବିଶେଷ କରି ପିଲାଙ୍କ ଖାଦ୍ୟ ଉପରେ ଅଧିକ ପିତାମାତାଙ୍କୁ ଭାବିବା ଆବଶ୍ୟକ । କିପରି ପିଲା ମାନେ ପୃଷ୍ଟିକର ଖାଦ୍ୟ ଗ୍ରହଣ କରିବେ ତାହା ଭାବିବା ଦରକାର । ସେଥିଲାଗି ପିଲା ମାନଙ୍କୁ ଫଳ, ତଟକା

  • ପନିପରିବା ଖାଇବାକୁ ଦେବା ଦରକାର ଏବଂ ବାହାରର ଜଙ୍କଫୁଡ ଖାଇବାକୁ ଦେବା ପୂର୍ବରୁ ରୋକିବା ଦରକାର ।
  • ଜାଣନ୍ତୁ କେବେ କେବେ କରିବା ଦରକାର ଆଖି ପରୀକ୍ଷା
  • ବୟସ ୩ ରେ ପ୍ରଥମଥର ପାଇଁ ଆଖି ପରୀକ୍ଷା କରିବା ଦରକାର ।
  • ଏହା ପରେ ୫ ରୁ ୬ବର୍ଷ ସମୟରେ ପିଲା ମାନଙ୍କ ଆଉ ଥରେ ଆଖି ପରୀକ୍ଷାକରିବା ଆବଶ୍ୟକ ।
  • ଏହାବାଦ ବର୍ଷକୁ ଥରେ ପିଲାମାନଙ୍କ ଆଖି ପରୀକ୍ଷା କରିବା ଆବଶ୍ୟକ ।

Get real time updates directly on you device, subscribe now.