fbpx

(Video) ରେଷ୍ଟୁରାଣ୍ଟରେ ଖାଉଥିଲେ ଲୋକେ, ଭୂମିକମ୍ପ ହେବାରୁ ଏପରି ଦୌଡିଲେ, ଦେଖନ୍ତୁ ଚୀନର କାରୁଣିକ ଦୃଶ୍ୟ

ନୂଆଦିଲ୍ଲୀ: ଚୀନରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ଭୟଙ୍କର ଧ୍ୱଂସାବଶେଷ ସୃଷ୍ଟି କରିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସମସ୍ତ ଭିଡିଓରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳୁଛି। ଭଙ୍ଗା କୋଠା ଏବଂ ନଷ୍ଟ ହୋଇଥିବା ରାସ୍ତା ଭିଡିଓରେ ଦେଖିବାକୁ ମିଳୁଛି। ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଏହି ଭୂକମ୍ପରେ ଅତି କମରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତର ପଶ୍ଚିମ ଚୀନର ଗାନସୁ ଏବଂ କିନଘାଇ ପ୍ରଦେଶରେ ଏହି ବିନାଶ ଘଟିଛି। ଗାନସୁ ପ୍ରଦେଶରେ ୮୬ ଜଣ ଏବଂ ପଡୋଶୀ କିନଘାଇ ପ୍ରଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚୀନର ଗାନସୁ ପ୍ରଦେଶ ଏବଂ କିନଘାଇ ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପରେ ୨୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘର ଓ ସଡକ ନଷ୍ଟ ହୋଇଯାଇଥିଲା ଏବଂ ବିଦ୍ୟୁତ୍ ଏବଂ ଯୋଗାଯୋଗ ଲାଇନ ବନ୍ଦ ହୋଇଯାଇଥିଲା। ରାଜ୍ୟ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଭୂକମ୍ପକୁ ନେଇ ବ୍ୟାପକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବର୍ତ୍ତମାନ ଏହି ପ୍ରଳୟଙ୍କାରୀ ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ରେଷ୍ଟୁରାଣ୍ଟରେ କିଛି ଲୋକେ ଖାଉଥିବା ବେଳେ ହଠାତ ଭୂଇଁ ଦୋହଲିବାରୁ ସବୁ ଲୋକେ ଏଣେତେଣେ ଦୋୖଡିଛନ୍ତି। ଏହାପରେ ଅନେକ ଲୋକଙ୍କ ଘର କିପରି ଭାଙ୍ଗିଛି ତାହା ଦେଖିବାକୁ ମିଳିଛି।

Get real time updates directly on you device, subscribe now.