fbpx

ପୁଣି ବଢ଼ିଲା କରୋନାର ପ୍ରକୋପ, ଚୀନ୍‌ରେ ଫେରିବ ଲକ୍‌ଡାଉନ

ସେବେଜିଂ : କରୋନା ଭାଇରସ୍‌ ଏବେ ବି ସାରା ବିଶ୍ୱର ସାମାଜିକ, ରାଜନୈତିକ ସର୍ବୋପରି ଆର୍ଥିକ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ପୁଣି ଥରେ ଚୀନ୍‌ରେ କରୋନାର ପ୍ରକୋପ ଦେଖାଯିବାରୁ ସାରା ଚୀନ୍‌ରେ ଆତଙ୍କର ବାତାବରଣ ଖେଳିଯାଇଛି । ଏଥିରୁ ବର୍ତ୍ତିବା ପାଇଁ ଚୀନ୍‌ ପୁଣିଥରେ ଲକ୍‌ଡାଉନ୍‌ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏଣୁ ଲକଡାଉନର ଆଶଙ୍କା କରାଯାଉଥିବା ବେଳେ କାରଖାନା, କନଷ୍ଟ୍ରକ୍ସନ ପୁଣି ବନ୍ଦ ହୋଇପାରେ ବୋଲି ଆକଳନ କରାଯାଉଛି । ଏଥିରେ ଯଦି କନଷ୍ଟ୍ରକ୍ସନ କମ୍ପାନୀ ପୁଣି ଲକଡାଉନର ସମ୍ମୁଖୀନ ହୁଅନ୍ତି ତେବେ ପ୍ରଥମରୁ ଋଣରେ ବୁଡି ରହିଥିବା କମ୍ପାନୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି । ଚୀନ୍‌ ଅର୍ଥନୀତି ପାଇଁ ଏହା ଏକ ଝଟକା ଭଳି ହେବାକୁ ଥିବା ବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ । ଜୁନ ୨୮ ପରେ ଚୀନ୍‌ର ହାଙ୍ଗସେଙ୍ଗ ଓ ଚାଇନା ଏଣ୍ଟରପ୍ରାଇଜେସ୍‌ ଇଣ୍ଡେକ୍ସ ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି ।

Get real time updates directly on you device, subscribe now.