fbpx

୨୦୦୦ କର୍ମଚାରୀଙ୍କର ଗଲା ଚାକିରି: ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭ ହଜାର ଲୋକଙ୍କୁ କରିଛି ଛଟେଇ

ନୂଆଦିଲ୍ଲୀ: ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିପଡ଼ିଛନ୍ତି । ବର୍ତ୍ତମାନ ତୃତୀୟ ତ୍ରୈମାସିକରେ ସିଟିଗ୍ରୁପ୍ ଏହାର ୨୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ସିଟିଗ୍ରୁପ୍ ତୃତୀୟ ତ୍ରୈ ମାସିକରେ (କ୍ୟୁ୩) ନିଜର କର୍ମଚାରୀଙ୍କ ସଂଖ୍ୟାରେ ୨,୦୦୦ ହ୍ରାସ କରିଛି, ଯାହାଫଳରେ କମ୍ପାନୀର severance charges ମୋଟ ୬୫୦ ନିୟୁତ ଡଲାର ହୋଇଛି ।

ଯେତେବେଳେ ବି କୌଣସି କମ୍ପାନୀ ନିଜର ଇଚ୍ଛାରେ ଜଣେ କର୍ମଚାରୀଙ୍କୁ ବାହାରର ବାଟ ଦେଖାଏ, ସେତେବେଳେ କମ୍ପାନୀ ପକ୍ଷରୁ severance charges ଦିଆଯାଇଥାଏ ।

କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ମାର୍କ ମେସନ ଏକ ସମ୍ମିଳନୀ କଲରେ କମ୍ପାନୀର ରୋଜଗାର ବିଷୟରେ ଆଲୋଚନା କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଚଳିତ ବର୍ଷ କମ୍ପାନୀ ପ୍ରାୟ ୭୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁନ୍ ଶେଷ ସୁଦ୍ଧା ପ୍ରାୟ ୫୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି ଏବଂ ଏହାର severance charges ପ୍ରାୟ ୪୫୦ ନିୟୁତ ଡଲାର ରହିଛି ।

ସୂଚନା ଦେବାବେଳେ ମେସନ ଏହା ମଧ୍ୟ କହିଛନ୍ତି ଯେ ଚାର୍ଜ ବଦଳାଇବା କାରଣରୁ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଛି । ରିପୋର୍ଟରେ କୁହାଯାଇଛି ଯେ, ପୁନଃ ନିର୍ମାଣ ହେତୁ କର୍ମଚାରୀଙ୍କୁ ଛଟେଇ କରାଯାଉଛି, କିନ୍ତୁ କମ୍ପାନୀ ବର୍ତ୍ତମାନ ସୁଦ୍ଧା ଛଟେଇକୁ ନେଇ କୌଣସି ଖୁଲାସା କରିନାହିଁ ।

Get real time updates directly on you device, subscribe now.