fbpx

୧୦ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିବ ଘଣ୍ଟା ! ଜାଣନ୍ତୁ ଏହାର ବିଶେଷତ୍ୱ

Advertisement

ଟେକ୍ସାସ: ଆପଣମାନେ ଅନେକ ଦାମୀ ଘଣ୍ଟା ବିଷୟରେ ଶୁଣିଥିବେ ନିଶ୍ଚିତ । କିନ୍ତୁ ୧୦ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିପାରୁଥିବା ଘଣ୍ଟା ବିଷୟରେ ଜାଣି ନଥିବେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବିଶ୍ୱର ସର୍ବବୃହତ ରିଟେଲ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଏବଂ ଆରବପତି ଜେଫ୍ ବେଜୋସ୍(Jeff Bezos) ଏକ ଘଡ଼ି ନିର୍ମାଣ କରିବା ପାଇଁ ୩୪୯ କୋଟି ଟଙ୍କା(୪୨ ମିଲିୟନ ଡଲାର) ନିବେଶ କରିଛନ୍ତି । ଏହି ଘଣ୍ଟା ୧୦ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିବ ଏବଂ ବର୍ଷରେ କେବଳ ଥରୁଟିଏ ସଜଡ଼ା ଯିବ ।

ଆମେରିକାର ଟେକ୍ସାସରେ ଏକ ପାହାଡ଼ ମଧ୍ୟରେ ଏହି ବିଶାଳ ଘଣ୍ଟା ନିର୍ମାଣ କରାଯାଉଛି । ବିଶିଷ୍ଟ କମ୍ପ୍ୟୁଟର ବୈଜ୍ଞାନିକ ଡେନି ହିଲିସ(Danny Hillis) ଏହି ଘଣ୍ଟାର ଡିଜାଇନ୍ କରୁଛନ୍ତି । ଘଣ୍ଟାଟି ସମ୍ପୂର୍ଣ୍ଣ ଯାନ୍ତ୍ରିକ ଏବଂ ପୃଥିବୀର ଥର୍ମାଲ ଚକ୍ର ଦ୍ୱାରା ସଂଚାଳିତ ହେବ । ଘଣ୍ଟା ଭିତରେ ଏକ ସୌର ସିଙ୍କ୍ରୋନାଇଜର, ଏକ ପେଣ୍ଡୁଲମ୍, ଏକ ଚାଇମ୍ ଜେନେରେଟର ଏବଂ ଗିୟର ତଥା ଡାୟଲ୍ସ ଗୁଡ଼ିକର ଏକ ଶୃଙ୍ଖଳା ରହିବ । ଏହି ଘଣ୍ଟା ନିର୍ମାଣ କରିବା ପାଇଁ ଟାଇଟାନିୟମ୍, ସେରାମିକ୍, କ୍ୱାର୍ଟଜ, ସେଫାୟର, ଏବଂ ୩୧୬ ଷ୍ଟେନଲେସ୍ ଷ୍ଟିଲ ଭଳି ଦୀର୍ଘ ସ୍ଥାୟୀ ଓ ଜଙ୍କ୍ ରୋଧକ ସାମଗ୍ରୀର ବ୍ୟବହାର କରାଯାଇଛି । ଟେକ୍ସାସରେ ନିର୍ମିତ ହେଉଥିବା ଏହି ବିଶାଳ ଘଣ୍ଟା ସର୍ବନିମ୍ନ ରକ୍ଷଣବେକ୍ଷଣକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଉଛି ।

ତେବେ ଏହି ବିଶାଳ ଘଣ୍ଟା କେବେ ପ୍ରସ୍ତୁତ ହେବ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଏହି ଘଣ୍ଟା ନିର୍ମାଣ ଶେଷ ହେବା ପରେ ଲୋକମାନେ ମାଗଣାରେ ଦେଖିପାରିବେ କିନ୍ତୁ ଏହାର ଅଖଣ୍ଡତା ବଜାୟ ରଖିବା ପାଇଁ ପରିଦର୍ଶକଙ୍କ ସଂଖ୍ୟା କମ୍ କରିଦିଆଯିବ । ଏହି ବିଶାଳ ଘଣ୍ଟା ଲଙ୍ଗ୍ ନାଓ ଫାଉଣ୍ଡେସନ (Long Now Foundation) ଦ୍ୱାରା ନିମାର୍ଣ କରାଯାଉ ଥିବାରୁ ଏହାର ନାଁ ରହିଛି ‘କ୍ଲକ୍ ଅଫ୍ ଦି ଲଙ୍ଗ୍ ନାଓ’ ।

Get real time updates directly on you device, subscribe now.