ଗ୍ରାଉଣ୍ଡ ଜିରୋରୁ ମୁଖ୍ୟମନ୍ତ୍ରୀ କଲେ ଫସଲ ହାନିର ଆକଳନ, ଚାଷୀଙ୍କ ସହ କଲେ ଆଲୋଚନା
ଚାଷୀଙ୍କ ସହ ମଧ୍ୟ ସେମାନଙ୍କ କ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଚାଷୀ ବର୍ଷା ପାଇଁ ହରାଇଥିବା ଫସଲ ସମ୍ପର୍କରେ ସ୍ପଟ ଉପରେ ହିଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଚାଷୀଙ୍କ ଫସଲହାନୀର ସରଜମିନ ତଦନ୍ତ କରିଛନ୍ତି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲର କ୍ଷୟକ୍ଷତି କଲେ ଆକଳନ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୟାଗଡ ରଣପୁରର କାଣ୍ଡପଡାରେ ପହଞ୍ଚି ଅଦିନିଆ ବର୍ଷା ପାଇଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି । ସେଠାରେ କ୍ଷେତ ବୁଲି ଧାନ ଗଛ ପାଣିରେ ପଜିବା ଦୃଶ୍ୟ ଦେଖିଛନ୍ତି ।
ଏଥିସହ ଚାଷୀଙ୍କ ସହ ମଧ୍ୟ ସେମାନଙ୍କ କ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଚାଷୀ ବର୍ଷା ପାଇଁ ହରାଇଥିବା ଫସଲ ସମ୍ପର୍କରେ ସ୍ପଟ ଉପରେ ହିଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ତାଙ୍କ ସହ ବାଚସ୍ପତି ସୁରମା ପାଢୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଅନ୍ୟ ଅଧିକାରୀ ଚାଷୀଙ୍କ ଫସଲ ହାନିର ମୂଲ୍ୟାୟନ କରିଛନ୍ତି ।
ସେହିପରି ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚାଷୀଙ୍କ କ୍ଷୟକ୍ଷତି ବୁଝିଛନ୍ତି । ସେଠାରେ ଚାଷୀଙ୍କ ସହ ଆଲୋଚନା କରିବା ସହ ତାଙ୍କ ସରକାର ଉପରେ ଭରସା ରଖିବାକୁ ନିବେଦନ କରିଛନ୍ତି । ତାଙ୍କ ସରକାର ଚାଷୀଙ୍କ ସହ କୌଣସି ଅନ୍ୟାୟ ହେବାକୁ ଦେବେ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ।
ସେପଟେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ଚାଷୀଙ୍କ ପସଲ ହାନିର ସରଜମିନ ତଦନ୍ତ କରିଛନ୍ତି । ସିଂହଦେଓ ନିଆଳି ଅଞ୍ଚଳ ଗସ୍ତ କରି ବିଲରେ ପଡିଥିବା ଧାନକୁ ଦେଖିବା ସହ ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି କି, ଖୁବ ଶୀଘ୍ର କ୍ଷତିପୂରଣ ମିଳିବ ବୋଲି ।