fbpx

ଆମ ପୋଖରୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୧୧୫ଟି ପୌରାଞ୍ଚଳରେ ୨ ହଜାର ବୃହତ୍‍ ପୋଖରିଗୁଡ଼ିକର ହେବ ଉନ୍ନତୀକରଣ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆମ ପୋଖରୀ ଯୋଜନାରେ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଆମ ପୋଖରୀ ଦାୟିତ୍ୱ ମିଶନଶକ୍ତିର ସଦସ୍ୟମାନଙ୍କୁ ଦିଆଯାଇଛି । ଏହି ଯୋଜନାକୁ ଗୋଟିଏ ମାଇଲ୍‍ଖୁଣ୍ଟ ଭାବରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ସହ ସ୍ୱାସ୍ଥ୍ୟ ଓ ଅର୍ଥନୀତି କ୍ଷେତ୍ରରେ ପୋଖରୀଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସୂଚନା ଅନୁସାରେ, ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ହଜାର ବୃହତ୍‍ ଜଳାଶୟଗୁଡ଼ିକର ଏହି ଯୋଜନାରେ ନବୀକରଣ କରାଯିବ । ମିଶନଶକ୍ତିର ସଦସ୍ୟାମାନେ ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛନ୍ତି । ଏହାସହ ପ୍ରାକୃତିକ ଉପାୟରେ ଏହି ପୋଖରୀଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯିବା ସହ ଅବସର ବିନୋଦନ ନିମନ୍ତେ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନ ଭାବରେ ବିକଶିତ କରାଯିବ । ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମେୟର ମାନଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.