fbpx

ବାହୁଡା ଯାତ୍ରାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨୬ ।୬(ଓଡିଶା ଭାସ୍କର): ପୁରୀରେ ବାହୁଡା ରଥଯାତ୍ରା ପରିଚାଳନା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ସୁନାବେଶ, ଅଧରପଣା ଓ ନୀଳାଦ୍ରୀ ବିଜେର ସୁପରିଚାଳନା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ନେଗେଟିଭ୍ ସେବାୟତଙ୍କୁ ନେଇ ନୀତି କରିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ଅନ୍ୟ ନୀତିରେ ବି ସମସ୍ତଙ୍କ ସହଯୋଗ କାମନା କରିବା ସହ ପୁରୀରେ କୋଭିଡ ସର୍ଭେ ଓ ସଚେତନ ବ୍ୟାପକ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ବିଶ୍ୱର ନଜର ଆମ ଉପରେ ରହିଛି । ସେଥିପାଇଁ କୋଭିଡ ନିୟମ ପାଳନ କରିବା ପାଇଁ ସର୍ବୋତ୍ତମ ଉଦ୍ୟମ ଜାରି ରଖିବା ।’ ଏହା ସହ ବାହୁଡାରୁ ନୀଳାଦ୍ରୀ ବିଜେ ଯାଏ କାର୍ଯ୍ୟକ୍ରମର ସିଧାପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ସୂଚାର ରୂପେ ସମ୍ପନ୍ନ ହୋଇଥିବାରୁ ସେବାୟତ, ପୋଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.