ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର) : ଆଜି ସାରା ଦେଶ ମନାଉଛି ଆଲୋକର ପର୍ବ ଦୀପାବଳି। ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କୋଭିଡ୍ ଦୃଷ୍ଟିରୁ ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ।’
ପବିତ୍ର କାଳୀପୂଜା ଓ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚଳିତ ବର୍ଷ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। #ଶୁଭଦୀପାବଳି pic.twitter.com/BPk5NcOYdQ
— Naveen Patnaik (@Naveen_Odisha) November 14, 2020
ତେବେ ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବା ମନା ହୋଇଛି। କେବଳ ଦୀପ ଲଗାଇ ଲୋକେ ପାଳିବେ ଦୀପାବଳି ।