fbpx

‘ମୋ ପୁଅ ବିଷୟରେ କାହିଁକି କହୁଛନ୍ତି..’, ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ ଦେଲେ ସିଏମ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ଦିନ ଶିବସେନର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଓପେନ ଚ୍ୟାଲେଞ୍ଜ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ, ମୋ ପୁଅକୁ ଟାର୍ଗେଟ କର ନାହିଁ, ଯଦି ଲଢେଇ କରିବାର ଅଛି ତେବେ ମୋ ସହ ଲଢ। ଶିବସେନାର ମୁଖ୍ୟ ଏକନାଥ ସିନ୍ଦେ ରବିବାର ଠାଣେରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ଏହି କଥା କହିଛନ୍ତି। ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ, ଯିଏ କଲ୍ୟାଣ ଲୋକସଭା ଆସନର ପ୍ରତିନିଧିତ୍ୱ କରୁଛନ୍ତି। ତେବେ ଶ୍ରୀକାନ୍ତଙ୍କ ବିରୋଧରେ ଠାକରେ ଦେଇଥିବା ମନ୍ତବ୍ୟକୁ ସିନ୍ଦେ ବାଖ୍ୟା କରିଛନ୍ତି।

ସିନ୍ଦେ କହିଥିଲେ ଯେ, କାହା ପୁଅ ବିଷୟରେ କାହିଁକି କହୁଛନ୍ତି। ମୁକାବିଲା କରିବାର ଅଛି ଯଦି, ତା’ ବାପା ସହ କରନ୍ତୁ। ମୁଁ ଚ୍ୟାଲେଞ୍ଜ କରୁଛି। ସେ ଆହୁରି ଦାବି କରି କହିଛନ୍ତି ଯେ, ମୋ କାମ ନେଇ ମିଳିଥିବା ପ୍ରଶଂସାରେ ସେ(ଉଦ୍ଧବ ଠାକରେ) ଭିତରୁ ଭାଙ୍ଗିପଡିଛନ୍ତି ଏବଂ ଏଥିପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ନିଜ ବିରୋଧରେ ଅଭିଯୋଗର ଜବାବ ନିଜ କାମରୁ ଦେବେ।

ସିଏମ ସିନ୍ଦେ ପୂର୍ବରୁ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମହାବିକାଶ ଅଘାଡିର ଦେଢ ବର୍ଷ ଏବଂ ଆମର ଦେଢ ବର୍ଷ ହିସାବ କରି ଦେଖନ୍ତୁ, କ୍ଷୀର ପାଣି ଅଲଗା ହୋଇଯିବ। ଯେବେ ମହାୟୁତି ସରକାର ଆସିଛି, ସେବେଠାରୁ ଲୋକଙ୍କ ହିତ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଆମ ସରକାର ସମସ୍ତଙ୍କ ପ୍ରିୟ ସରକାର ହୋଇଛନ୍ତି।

Get real time updates directly on you device, subscribe now.