ଭୁବନେଶ୍ୱର, ୪ା୫(ଓଡ଼ିଶା ଭାସ୍କର): ରାଜ୍ୟ ବାହରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ବିପଦରେ ପକାଇବ । ପ୍ରତ୍ୟେକଟି ଜୀବନ ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟିନ ବ୍ୟବସ୍ଥା ହୋଇଛି । ଯେଉଁମାନେ ଫେରୁଛନ୍ତି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ । ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆ କ୍ୱାରେଣ୍ଟିନରେ ରୁହନ୍ତୁ ନିୟମ ମାନନ୍ତୁ । ଉଲ୍ଲଙ୍ଘନ କଲେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ । ନିୟମ ଉଲ୍ଲଙ୍ଘନ କଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । । ସେହିପରି ଗତକାଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ମଧ୍ୟ ଚେତାବନୀ ଦେଇଥିଲେ ।
ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ।
— Naveen Patnaik (@Naveen_Odisha) May 4, 2020
ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। #OdishaCares
— Naveen Patnaik (@Naveen_Odisha) May 4, 2020