fbpx

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା; ‘ଅନଲାଇନରେ ୧୨ ହଜାରରୁ ଅଧିକ ମତାମତ’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ‘୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ । ଲୋକଙ୍କ ଆଶା ପ୍ରତିଫଳିତ କରିବାକୁ ଉଦ୍ୟମ ଜାରି ରହିବ । ଆଜିର ବୈଠକରେ ୨୬ଟି ମୂଲ୍ୟବାନ ପ୍ରସ୍ତାବ ପାଇଛୁ । ବିଭାଗ ତରଫରୁ ମୂଲ୍ୟବାନ ପ୍ରସ୍ତାବ ଲିପିବଦ୍ଧ କରାଯାଇଛି । ଏସବୁ ପ୍ରସ୍ତାବ ବଜେଟରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିବୁ’ ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନ ସଭାରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ । ଖୁସିର କଥା ଏଥିରେ ଆମେ ପ୍ରାୟ ୧୨ ହଜାରରୁ ଅଧିକ ମତାମତ ପାଇଛୁ । ପୂର୍ବ ବର୍ଷ ଅପେକ୍ଷା ଏହା ପ୍ରାୟ ଛଅ ଗୁଣ ଅଧିକ । ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲୋକଙ୍କ ଏପରି ବ୍ୟାପକ ଅଂଶ ଗ୍ରହଣ ଆମ ପାଇଁ ଖୁବ୍ ଉତ୍ସାହ ଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତଙ୍କ ମୂଲ୍ୟବାନ ମତାମତ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଆଗାମୀ ବଜେଟ୍ ରେ ଏହି ସବୁ ମତାମତକୁ ପ୍ରତିଫଳିତ କରିବାକୁ ସରକାର ଯଥା ସମ୍ଭବ ଉଦ୍ୟମ କରି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ପ୍ରଚେଷ୍ଟା କରିବେ ବୋଲି ସେ କହିଥିଲେ ।

Get real time updates directly on you device, subscribe now.