ପିସିସି ସଭାପତିଙ୍କୁ ଟେକିନେଲେ ସୁରକ୍ଷାକର୍ମୀ, କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ; (Video) ଦେଖନ୍ତୁ କ’ଣ କହିଲେ ଭକ୍ତ ଦାସ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ସ୍ଥିତି ଦେଖିବାକୁ ମିଳିଛି ।
ପୁଣିଥରେ ପୋଲିସ ଓ କଂଗ୍ରେସ କର୍ମୀ ହେଲେ ମୁହାଁମୁହିଁ । ଘଟଣାରେ ଏକାଧିକ କଂଗ୍ରେସ କର୍ମୀ ଓ ପୋଲିସ ଆହତ ହୋଇଥିବା ଖବର ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି । ପିସିସି ସଭାପତି ଓ ପ୍ରଭାରୀଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ ।
ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି । ଯାହାକୁ ନେଇ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
କିଛି ସ୍ଥାନରେ ସାଧାରଣ ଲୋକ ଯିବା ଆସିବାରେ ହଇରାଣରେ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି ।
ସେପଟେ ମହିଳା ନିର୍ଯାଚନା ବିରୋଧ ଓ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ଭକ୍ତ ଦାସ । ଏଥିସହ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
#WATCH | Bhubaneswar | Odisha Bandh | Odisha Congress President Bhakta Charan Das says, “Let them arrest us. The police will follow the government’s orders…If an FIR had been filed and subsequently action taken, this would not have happened…The people responsible for this… pic.twitter.com/3okMro4oeC
— ANI (@ANI) July 17, 2025