fbpx

ଶୂନ୍ୟକାଳରେ ନାରୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶୂନ୍ୟକାଳରେ ନାରୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା । ଅଢେଇ ମାସରେ ଛଅ ଜଣଙ୍କୁ ଦୁଷ୍କର୍ମ ହୋଇଛି । ନୂଆ ତଥା ବିଜେପି ସରକାର ଆସିବା ଦିନଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି କେଉଁଠି ? ମହିଳା ଦୁଷ୍କର୍ମ ବଢୁଛି । ଛଅ ଜଣ ଦୁଷ୍କର୍ମ ହୋଇଥିବା ପୀଡ଼ିତଙ୍କ ମଧ୍ୟରୁ ତିନି ଜଣ ନାବାଳିକା ଯାହା ଚିନ୍ତାର କାରଣ।ନାରୀ ସୁରକ୍ଷାକୁ ସରକାର ଗୁରୁତ୍ବ ଦିଅନ୍ତୁ ।

କଲିକତା ଘଟଣା ଦେଶରେ ଚିନ୍ତାର କାରଣ ପାଲଟି ଥିବା ବେଳେ ଏଠୀ ଆଇନ ମନ୍ତ୍ରୀ ଓ ପୋଲିସ ମହା ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି ତେବେ ଏ ଦିଗକୁ ଗୁରୁତ୍ୱର ସହ ନେଇ ଗୃହ ବିଭାଗର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏଥିରେ ରୋକ୍ ଲଗାଇ ନାରୀ ସମାଜକୁ ସୁରକ୍ଷା ଦେବାକୁ ଦାବି କରିବା ସହ ଏହି ସରକାର ସମୟରେ ଏକ ଶ୍ବେତ ପତ୍ର ପ୍ରକାଶ କରିବାକୁ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

Get real time updates directly on you device, subscribe now.