ଗତ ମାସରେ ଦୁନିଆରେ ସବୁଠାରୁ ପ୍ରଥମ କରୋନା ଟୀକାର ପ୍ରସ୍ତୁତ କରିଥିବା ଋଷ ଦାବି କରିଥିଲା । କିନ୍ତୁ ରୁଷୀୟ ଭ୍ୟାକସିନ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକା ତଥା ଦୁନିଆର ତମାମ ବଡ଼ ବଡ଼ ଏକ୍ସପର୍ଟ ଆରମ୍ଭରୁ ଏହାକୁ ଭରସା କରିପାରି ନ ଥିଲେ । ଏବେ ଏକ ନୂଆ ଅଧ୍ୟୟନରେ ଋଷର ଏହି ଟିକାକୁ ସୁରକ୍ଷିତ ଓ ପ୍ରଭାବିତ ବୋଲି କୁହାଯାଇଛି ।
ଦି ଲାନସିଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ନନ୍- ରେଡମାଇଜଡ୍ ଭ୍ୟାକସିନ ଟ୍ରାଏଲରେ ଏହାର ଭଲ ପରିଣାମ ମିଳିଛି । ଟିକାର ଦୁଇଟି ଫର୍ମୁଲେସନକୁ ୭୬ ଲୋକଙ୍କ ଉପରେ ଟ୍ରାଏଲ କରାଯିବା ପରେ ୪୨ ଦିନରେ ଏହାର ସେଫ୍ଟି ପ୍ରୋଫାଇଲ ବିଷୟରେ ସୂଚନା ମିଳିଛି । ଏହା ସହ ୨୧ ଦିନ ମଧ୍ୟରେ ସବୁ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆଣ୍ଟିବଡ଼ିରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।