fbpx

ବେଙ୍ଗାଲୁରରେ ଜଣଙ୍କ ସହ କରୋନାରେ ଦେଶରେ ୬ ଜଣଙ୍କ ମୃତ୍ୟୁ, ନୂଆ ଭାରିଆଣ୍ଟକୁ ନେଇ WHO କହିଲା ଏପରି କିଛି

Advertisement

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ସବ ଭାରିଆଣ୍ଟ JN.1 ପୁଣି ଥରେ ସମସ୍ତଙ୍କୁ ଭୟଭୀତ କରି ରଖିଛି । ଆଜି ବାଙ୍ଗାଲୋରରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେରଳରେ ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । କରୋନାର ଭୟାବହତାକୁ ନେଇ ଦେଶର ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏହା ସହିତ କରୋନା ମାମଲାକୁ ଗମ୍ଭୀରତାର ସହ ନେବାକୁ କୁହାଯାଇଛି ।

କରୋନାର ଏହି ନୂଆ ସବ୍ ଭାରିଆଣ୍ଟ ଏବେ ବିଶ୍ୱର ବିଭିନ୍ନ ଦେଶରେ ବ୍ୟାପିବାରେ ଲାଗିଛି । ଏପରି ସ୍ଥିତିରେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ ଡକାଇଛନ୍ତି । ସେହିପରି ଅଲଗା ଅଲଗା ରାଜ୍ୟରେ ବି ସରକାର ଆଡଭାଇଜରୀ ଜାରି କରିଛନ୍ତି । ତେବେ ଏହି କ୍ରମରେ ହୁ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ଆଶ୍ୱସ୍ତ ବାର୍ତ୍ତା ଦେଇ କହିଛି କରୋନାର ଏହି ସବଭାରିଆଣ୍ଟ ଅଧିକ ଘାତକ ନୁହେଁ ।

ଏହାରି ମଧ୍ୟରେ କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଲୋକମାନଙ୍କୁ ସାବଧନତା ରକ୍ଷା କରିବାକୁ ନିବେଦନ କରିଛନ୍ତି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ବରିଷ୍ଠ ନାଗରିକ ଓ ଅନ୍ୟ ରୋଗରେ ପୀଡିତ ଲୋକଙ୍କୁ ଅଧିକ ସତର୍କ ରହିବାକୁ ଓ ମାସ୍କ ପିନ୍ଧିବାକୁ କହିଛନ୍ତି । କେରଳରେ କରୋନା ମାମଲା ବୃଦ୍ଧି ପାଇବା ପରେ ସେ ଏପରି ଟିପ୍ପଣୀ ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫ ନୂଆ କୋଭିଡ୍ ଭାରିଆଣ୍ଟ କେସ୍ ସାମ୍ନାକୁ ଆସିଥିବା ବେଳେ ମୋଟ କେସ୍ ୧୭୪୯ ରହିଛି ।

କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ହୁ କହିଛି ଏବେ ଦେଶରେ ଉପଲବ୍ଧ କରୋନା ଭ୍ୟାକସିନ୍ ନୂଆ ଭାରିଆଣ୍ଟ ରୋକିବା ଦିଗରେ କାମ ଦେବ । ହୁ ଲଗାତର ମାମଲା ଉପରେ ନଜର ରଖିଛି ଓ ଆଡଭାଇଜରି ବି ଜାରି କରିଛି ।

 

Get real time updates directly on you device, subscribe now.